<strong>ବନ୍ଦ ହୋଇଗଲା କଂଗ୍ରେସର ୟୁଟ୍ୟୁବ୍‌ ଚ୍ୟାନେଲ୍‌; ରିଷ୍ଟୋର କରିବାକୁ ପ୍ରୟାଶ ଜାରି</strong>

Published By : Prameya-News7 Bureau | August 24, 2022 IST

ନୂଆଦିଲ୍ଲୀ ୨୪/୦୮: ଡିଲେଟ୍‌ ହେଲା ଭାରତୀୟ ଜାତୀୟ କଂଗ୍ରେସ୍‌ର ଅଫିସିଆଲ ୟୁଟ୍ୟୁବ୍‌ ଚ୍ୟାନେଲ୍‌। ସୋମବାର ଟୁଇଟ୍‌ କରି ଦଳ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଖବର ଅନୁସାରେ ୟୁ୍ଟ୍ୟୁବରେ ଇଣ୍ଡିଆନ୍‌ ନ୍ୟାସନାଲ୍‌ କଂଗ୍ରେସ୍‌ ସର୍ଚ୍ଚ କଲେ ଏହାର ଅଫିସିଆଲ୍‌ ୟୁଟ୍ୟୁବ୍‌ ଚ୍ୟାନେଲ ଭିଉଅର ମାନଙ୍କୁ ଦେଖାଉନାହିଁ। ଏଥିପାଇଁ କଂଗ୍ରେସ ଏବେ ଉଭୟ ଗୁଗୁଲ୍‌ ଓ ୟୁଟ୍ୟୁବ୍‌ ସହିତ ଯୋଗାଯୋଗ କରିଛି। ଦଳ ନିଜର ୟୁଟ୍ଯୁବ୍‌ ଚ୍ୟାନେଲ୍‌କୁ ରିଷ୍ଟୋର କରିବା ପାଇଁ ଦାବି କରିଛି। କଂଗ୍ରେସ ପକ୍ଷରୁ ବୟାନ୍‌ ଜାରି କରି କୁହାଯାଇଛିଯେ ଆମର ୟୁଟ୍ୟୁବ୍ ଚ୍ୟାନେଲ୍‌ ଇଣ୍ଡିଆନ୍‌ ନ୍ୟାସନାଲ କଂଗ୍ରେସ (Indian National Congress)ଡିଲେଟ୍‌ ହୋଇଯାଇଛି। ଆମେ ଏହାକୁ ରିଷ୍ଟୋର କରିବା ପାଇଁ ଚେଷ୍ଠା କରୁଛୁ। ୟୁଟ୍ୟୁବ୍‌ ଟିମ୍‌ ସହିତ କଥା ବାର୍ତ୍ତା ଜରି ରହିଛି। ଏହା କିପରି ହେଲା ସେନେଇ ତଦନ୍ତ କରାଯାଉଛି।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.