ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଥାନା ଭିତରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ମେଡ଼ିକାଲରେ ମୃତ୍ୟୁ, ବାପାକୁ ବାଡ଼େଇବାରୁ ଥାନାରେ ହୋଇଥିଲା ଏତଲା

1/10/2022 at 10:28 PM

ଖଲ୍ଲିକୋଟ, ୦୧/୧୦: ଥାନା ଭିତରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ମେଡ଼ିକାଲରେ ମୃତ୍ୟୁ। ଏଭଳି ଘଟଣା ଘଟିଛି ଗଞ୍ଜାମ ଚମାଖଣ୍ଡି ଥାନା ହଜାତ ଭିତରେ । ମୃତ ଯୁବକ ଜଣଙ୍କ ଚମାଖଣ୍ଡି ଗ୍ରାମର ସିଏଚ ତ୍ରିଲୋଚନ ରେଡ୍ଡୀ ହୋଇଥିବା ଜଣାପଡ଼ିଛି । ପାରିବାରିକ କଳହକୁ ନେଇ ମୃତକ ତ୍ରିଲୋଚନଙ୍କ ବାପା ଗତକାଲି ପୁଅ ଵିରୋଧରେ ଥାନାରେ ଏତଲା ଦେଇଥିଲେ । ତ୍ରିଲୋଚନ ମଦ୍ୟପାନ କରି ବାପାକୁ ବାରମ୍ବାର ବାଡେଇବାରୁ ଏତଲା ହୋଇଥିଲା । ଗତକାଲି ପୋଲିସ ତ୍ରିଲୋଚନକୁ ଆଣି ଥାନାରେ ଅଟକ ରଖିଥିଲା। ମୃତ ଯୁବକଙ୍କୁ ଥାନାରେ ଅଟକ ରଖିଥିବା ବେଳେ ଆଜି ଭୋର ସମୟରେ ଯୁବକ ଜଣଙ୍କ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବା ବେଳେ ପୋଲିସ ବ୍ରହ୍ମପୁର mkcgକୁ ସ୍ଥାନାନ୍ତର କରିଥିଲା । Mkcgରେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଗଂଜାମ ଏସ୍‌ପି ବ୍ରିଜେଶ ରଏ । ସେପଟେ ଘଟଣାକୁ ନେଇ ପରିବାର କିମ୍ବା ସମ୍ପର୍କୀୟଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଦେବାକୁ ଗଣମାଧ୍ୟମକୁ ମନା କରିଛନ୍ତି ।

   Related Posts