ମଡେଲଙ୍କୁ ହତ୍ୟା କରିଥିବା ୧୯ ବର୍ଷ ବୟସ୍କ ଅଭିଯୁକ୍ତ ୩ବର୍ଷ ପୂର୍ବରୁ ତାଙ୍କ ନିଜ ମାଆଙ୍କୁ ମଧ୍ୟ ଆକ୍ରମଣ କରିଥିଲା

Published By : Prameya-News7 Bureau | October 17, 2018 IST

ମୁମ୍ବାଇ ୧୭।୧୦: ସୋମବାର ଦିନ ମୁମ୍ବାଇର ପଶ୍ଚିମ ମାଲାଡରୁ ମଡେଲ ମାନସୀ ଦିକ୍ଷୀତଙ୍କ ମୃତଦେହ ଏକ ସୁଟକେସରୁ ମିଳିଥିଲା । ତାଙ୍କୁ ହତ୍ୟା କରିବା ଅଭିଯୋଗରେ ୧୯ବର୍ଷୀୟ ମୁଜାମିଲ ସୟଦଙ୍କୁ ଗିରଫ କରିଥିଲା ପୋଲିସ । ପଡୋଶୀମାନେ କହିଛନ୍ତି ଯେ, ତିନି ବର୍ଷ ତଳେ ତାଙ୍କ ମାଆଙ୍କୁ ମଧ୍ୟ ଆକ୍ରମଣ କରିଥିଲା ମୁଜାମିଲ । ମାତ୍ର ସେମାନେ ସେତେବେଳେ ଚୁପ୍ ରହିଯାଇଥିଲେ । ଫ୍ଲାଟର ଜଗୁଆଳୀ ୪୮ବର୍ଷୀୟ ଜମାଲ ଅନସାରୀ ୨୨ବର୍ଷ ହେବ ତାଙ୍କ ଫ୍ଲାଟ୍ ର ଜଗୁଆଳୀ ଭାବେ କାମ କରୁଛନ୍ତି । ସେ ମୁଜାମିଲକୁ ସେ ପିଲାଟି ଦିନକୁ ଜାଣିଛନ୍ତି । ସେ କହିବା ଅନୁସାରେ ମୁଜାମିଲଙ୍କ ବାପା ହସନ ଏକ ବେସରକାରୀ ସଂସ୍ଥାରେ କାମ କରୁଥିଲେ ଏବଂ ତାଙ୍କ ମାଆ ଗୃହିଣୀ ଥିଲେ । ମୁଜାମିଲ ତାଙ୍କର ପୋଷ୍ୟ ପୁତ୍ର ଥିଲେ । ତିନି ବର୍ଷ ପୂର୍ବରୁ ସୋସାଇଟି ଲୋକମାନେ ଜାଣିବାକୁ ପାଇଥିଲେ ଯେ, ମୁଜାମିଲ ତାଙ୍କ ମାଆକୁ ମରଣାନ୍ତକ ଆକ୍ରମଣ କରିଥିଲା । ତାଙ୍କ ମାଆଙ୍କ ମୁଣ୍ଡରେ ମଧ୍ୟ ଆଘାତ ଲାଗିଥିଲା । ଯେତେବେଳେ ସୋସାଇଟି ଲୋକ ପଚାରିବାକୁ ତାଙ୍କ ଘରକୁ ଯାଇଥିଲେ ସେମାନେ ଏକଥାକୁ ଅସ୍ବୀକାର କରିଥିଲେ । ଘଟଣାଦିନ ପ୍ରାୟ ରାତି ୨ଟା ୩୦ ବେଳେ ମୁଜାମିଲ ଏକ ବଡ ବ୍ୟାଗ୍ ଧରି ତଳକୁ ଆସିଥିଲା । ଫ୍ଲାଟ୍ ତଳେ ତାକୁ ଅପେକ୍ଷା କରିଥିବା ଟ୍ୟାକ୍ସିରେ ବସି ସେ ଯାଇଥିଲା । ସେ କହିଛନ୍ତି ଯେ ଯୁବତୀ ଜଣଙ୍କୁ ତାଙ୍କ ଫ୍ଲାଟ୍ କୁ ଆସିବା ସେ ଦେଖିନାହାଁନ୍ତି । ସେ ଅନ୍ୟ ଗେଟ୍ ଦେଇ ଯଦି ଆସିଥାଇ ପାରେ । ପୋଲିସ ଫ୍ଲାଟ୍ ର ସିସିଟିଭି ଯାଞ୍ଚ କରୁଛି । ପଡୋଶୀଙ୍କ କହିବା ଅନୁସାରେ ଘଟଣା ସମୟରେ ମୁଜାମିଲଙ୍କ ମାଆ ତାଙ୍କ ସଂପର୍କୀୟଙ୍କୁ ଭେଟିବାକୁ ଯାଇଥିଲେ । ପଡୋଶୀମାନେ ଏମିତି ମଧ୍ୟ କହିଛନ୍ତି ଯେ ସେ ଛୋଟ ବେଳେ ପିଲାମାନଙ୍କ ସହ ଖେଳିବା ବେଳେ ଝଗଡା କରୁଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.