Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଟ୍ରାଫିକ୍‌ ଚାଲାଣ କଟିବାରୁ ରାସ୍ତାରେ ବାଇକ୍‌ ଫିଙ୍ଗି କାନ୍ଦିଲେ ଯୁବକ

29/11/2019 at 3:30 PM

ମିରଟ – ଉତ୍ତରପ୍ରଦେଶର ମିରଟରେ ଏକ ଅଭାବନୀୟ ଘଟଣା ଘଟିଛି । ଟ୍ରାଫିକ୍‌ରେ ଚାଲାଣ କଟିବାରୁ ଜଣେ ଯୁବକ ବାଇକ୍‌କୁ ରାସ୍ତାରେ ଫିଙ୍ଗି ଦେବା ସହ ତା ଉପରେ ବସି କାନ୍ଦୁ ଥିବା ଭିଡିଓ ଭାଇରାଲ୍‌ ହୋଇଛି । ବିନା ହେଲ୍‌ମେଟ୍‌ରେ ଏହି ଯୁବକ ଜଣଙ୍କ ବାଇକ୍‌ ଚଳାଉଥିଲେ । ଟ୍ରାଫିକ୍‌ ପୋଲିସ୍‌ ତାଙ୍କୁ ଧରିବା ପରେ ତାଙ୍କର ଚାଲାଣ କାଟିଥିଲେ । ଏହାର ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି ।

ଜଣେ ସାମ୍ବାଦିକ ଏହାର ଫଟୋକୁ ଟ୍ୱିଟରେ ସେୟାର କରିଛନ୍ତି । ମିରଟର ବେଗମ୍‌ ବ୍ରିଜ୍‌ ନିକଟରେ ଏହି ଘଟଣା ଘଟିଛି । ଯୁବକଙ୍କର ଏପରି ବ୍ୟବହାରକୁ ରାସ୍ତାରେ ଯାଉଥିବା ଲୋକମାନେ ରେକର୍ଡ କରିଥିଲେ। ଯୁବକ ଜଣଙ୍କ ରାସ୍ତାର ବିଭିନ୍ନ ସ୍ଥାନରେ ବାଇକ୍‌କୁ ପିଙ୍ଗୁଥିବା ଦେଖିବାକୁ ମିଳିଥିଲା । ଏହାପରେ ସେ ବାଇକ୍‌ ଉପରେ ବସି କାନ୍ଦୁ ଥିବା ଦେଖିବାକୁ ମିଳିଥିଲା । ପରେ ଲୋକମାନେ ତାଙ୍କୁ ବୁଝାଇଥିଲେ ।

   Related Posts