ହାଇଦ୍ରାବାଦ ୨୩।୧୦ - ଟୋଲ ଟ୍ୟାକ୍ସ ନ ଦେବା ପାଇଁ ଏକ ଅଭିନବ ଉପାୟ ବାହାର କରିଥିଲେ ଯୁବକ । ହେଲେ ଏବେ ପୁଲିସ କାର୍ ଜବତ କରି ନେଇଛି । ଏହି ଘଟଣା ହାଇଦ୍ରାବାଦରେ ଘଟିଛି । ଅକ୍ଟୋବର ୧୯ ତାରିଖ ରାତିରେ ପୁଲିସ ଏକ କାର୍କୁ ଜବତ କରିଥିଲା । ଏହା କାର୍ ଆଗର ଏପି ସିଏମ୍ ଜଗନ ରେଡ୍ଡି ବା ଏପି ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ବୋଲି ଉଲ୍ଲେଖ ଥିଲା ।
ପୁଲିସର ସୂଚନା ଅନୁସାରେ କାର୍ଟି ପୂର୍ବ ଗୋଦାବରୀ ଜିଲ୍ଲାରେ ରହୁଥିବା ହରି ରାକେଶ ନାମକ ଯୁବକଙ୍କର । କାର୍ ଆଗ ଓ ପଛ ପଟେ ନମ୍ବର ପ୍ଲେଟ ନଥିଲା। ସେଥିରେ ଏପି ସିଏମ୍ ଜଗନ ରେଡ୍ଡି ବୋଲି ଉଲ୍ଲେଖ ଥିଲା । ଏହାକୁ ଦେଇ ପୁଲିସ ଅଧିକାରୀ ବି ଆଚମ୍ବିତ ହୋଇଥିଲେ ।
ଟ୍ରାଫିକ ନିୟମ ଅନୁସାରେ ନମ୍ବର ପ୍ଲେଟ ଉପରେ ଗାଡିର ନମ୍ବର ବିନା ଅନ୍ୟ କିଛି ଲେଖିପାରିବେ ନାହିଁ । ଏଥିରେ କାହାର ନାମ ଉଲ୍ଲେଖ କରିପାରିବେ ନାହିଁ । ସମସ୍ତ ଅକ୍ଷର ଇଂରାଜିରେ ହେବା ଦରକାର ପ୍ରଥମ ପ୍ରଥମେ ରାଜ୍ୟର ପଞ୍ଜି କରଣ କୋଡ୍ ରହିବା ଆବଶ୍ୟକ ।