Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସ୍ମାର୍ଟଫୋନରୁ ଯୁବବର୍ଗ ଉଡାଉଛନ୍ତି ଫେସବୁକ ଆପ୍, ଜାଣନ୍ତୁ କାରଣ କଣ

7/09/2018 at 4:54 PM

ନୂଆଦିଲ୍ଲୀ୭|୯: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍କୁ ବଡ ଧରଣର ଝଟକା ଲାଗିଛି। କେମ୍ବ୍ରିଜ୍ ଏନାଲିଟିକା ଡାଟା ଲିକ୍ ଘଟଣା ପରଠୁ ଲଗାତର ଫେସ୍ବୁକ୍ର ଲୋକପ୍ରିୟତା ହ୍ରାସ ପାଇବାରେ ଲାଗିଛି। ଆମେରିକାର ପିୟୁ ସର୍ଭେ ଅନୁସାରେ ୧୮ରୁ ୨୯ ବର୍ଷ ମଧ୍ୟର ଯୁବବର୍ଗଙ୍କ ମଧ୍ୟରୁ ଅଧିକାଂଶ ଏବେ ସେମାନଙ୍କ ସ୍ମାର୍ଟ ଫୋନ୍ରୁ ଫେସ୍ବୁକ୍ ଆପ୍ ଉଡାଇଦେଇଛନ୍ତି ବା ଫେସ୍ବୁକ୍ ବ୍ୟବହାର ବନ୍ଦ କରିଦେଇଛନ୍ତି। ପ୍ରାୟ ୩୪୦୦ ଆମେରିକୀୟ ଯୁବବର୍ଗଙ୍କୁ ନେଇ ହୋଇଥିବା ଏକ ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି।
୨୬ ପ୍ରତିଶତ ଯୁବକ ଯୁବତୀ ସେମାନଙ୍କ ସ୍ମାର୍ଟ ଫୋନ୍ରୁ ଫେସ୍ବୁକ୍ ଆପ୍ ଉଡାଇସାରିଛନ୍ତି। ୪୨ ପ୍ରତିଶତ ବର୍ତ୍ତମାନ ପାଇଁ ଫେସ୍ବୁକ୍ ବ୍ୟବହାର ବନ୍ଦ କରିଦେଇଛନ୍ତି। ତେବେ ଏହି ସର୍ଭେରେ ଫେସ୍ବୁକ୍ର ହ୍ବାଟ୍ସ ଆପ୍, ମେସେଂଜର ଏବଂ ଇନଷ୍ଟ୍ରାଗ୍ରାମ୍ ଆପ୍ ବ୍ୟବହାରକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇନାହିଁ । ଏହି ରିପୋର୍ଟ ଅନୁସାରେ ଡାଟା ସୁରକ୍ଷାର ପ୍ରଶ୍ନ ସମେତ ଫେସ୍ବୁକ୍ରେ ଅଶାଳୀନ କାର୍ଯ୍ୟକଳାପ ବୃଦ୍ଧି , ଏହାର ଲୋକପ୍ରିୟତା ହ୍ରାସର ଅନ୍ୟତମ କାରଣ । ଏହା ବ୍ୟତୀତ ଆମେରିକାର ସୁରକ୍ଷା ସଂସ୍ଥା ଏଫ୍ବିଆଇ କହିଛି ଯେ, ୨୦୧୬ ମସିହାରେ ଅନୁଷ୍ଠିତ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ସମୟରେ ଋଷର କିଛି ହ୍ୟାକର ଫେସ୍ବୁକ୍ ଡାଟା ବ୍ୟବହାର କରି ଭୋଟରଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରିଥିଲେ। ଏହା ବ୍ୟବହାରକାରୀଙ୍କୁ ବେଶ୍ ପରିମାଣର ବିମୁଖ କରିଛି। ଫେସ୍ବୁକ୍ରେ ଡାଟା ସୁରକ୍ଷିତ ନୁହେଁବୋଲି ସେମାନେ ଧରିନେଇଛନ୍ତି।

   Related Posts