scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଚ୍ ରାସ୍ତାରେ ଛାତ୍ରୀଙ୍କ ଡ୍ରେସ୍ ଚିରିଦେଲେ ଯୁବକ, ଲୋକମାନେ ମୋବାଇଲରେ କରୁଥିଲେ ଭିଡିଓ ରେକର୍ଡିଂ, ତାପରେ…

27/08/2019 at 2:30 PM

ମୁରାଦାବାଦ ୨୭|୮: ଉତ୍ତରପ୍ରଦେଶ ମୁରାଦାବାଦରେ ଏମିତି କାଣ୍ଡ ଘଟାଇଛନ୍ତି ଜଣେ ଉନ୍ମତ ଯୁବକ ଯାହାକୁ ନେଇ ସାଧାରଣରେ ପୋଲିସର ନିଷ୍କ୍ରିୟତା ଉପରେ ପ୍ରଶ୍ନ ଉଠିଛି । ଜଣେ ଯୁବକ ରାସ୍ତା ମଝିରେ ଜଣେ ଛାତ୍ରୀଙ୍କ ଡ୍ରେସ୍ ଚିରିଦେବା ସହ ତାଙ୍କୁ ଅସଦାଚାରଣ ମଧ୍ୟ କରିଛନ୍ତି । ଛାତ୍ରୀ ଜଣଙ୍କ ନିଜର ସାହସ ଦେଖାଇ ଯୁବକଙ୍କୁ ପିଟିଥିବାକୁ ଦେଖିବାକୁ ମିଳିଥିଲା ।

ଉତ୍ତରପ୍ରଦେଶ ମୁରାଦାବାଦ ଥାନା ସିଭିଲ୍ ଲାଇନ୍ ଅଞ୍ଚଳରେ ଲୋକସେଡ୍ ପୁଲ୍ ନିକଟରୁ ଜଣେ ଛାତ୍ରୀ ପ୍ରତ୍ୟେକ ଦିନ କୋଚିଂ କ୍ଲାସ୍ ପାଇଁ ଯାଉଥିଲେ । ଉନ୍ମତ ଯୁବକ ଜଣଙ୍କ ପ୍ରତ୍ୟେକ ଦିନ ତାଙ୍କୁ ସେହି ବାଟ ଦେଇ ଯାଉଥିବାର ଦେଖି କମେଣ୍ଟ୍ ମାରିବା ଆରମ୍ଭ କରିଦେଇଥିଲେ । ଗତ ସୋମବାର ଦିନ ସଂପୃକ୍ତ ଯୁବକ ବିଚ୍ ରାସ୍ତାରେ ହିଁ ଛାତ୍ରୀଙ୍କୁ ଅସଦାଚରଣ କରିବା ଆରମ୍ଭ କରିଦେଲେ ।

ଛାତ୍ରୀଙ୍କୁ ଟଣାଓଟରା କରୁଥିବା ସମୟରେ ଯୁବକ ଜଣଙ୍କ ତାଙ୍କ ଡ୍ରେସ୍ ଚିରିଦେଇଥିଲେ । ଏହାପରେ ଛାତ୍ରୀ ଜଣଙ୍କ ସାହସର ସହ ପାଟିକରି ସଂପୃକ୍ତ ଯୁବକଙ୍କୁ ସେହିଠାରେ ହିଁ ପିଟିବାକୁ ଆରମ୍ଭ କରିଦେଇଥିଲେ । ଛାତ୍ରୀଙ୍କ ପାଟି ଶୁଣି ଆଖପାଖରେ ଲୋକ ରୁଣ୍ଡ ହୋଇଯାଇଥିଲେ । ଘଟଣା ଜାଣିବା ପରେ ଲୋକମାନେ ମଧ୍ୟ ମିଶି ଯୁବକଙ୍କୁ ଛେଚିଥିଲେ ।

କିଛି ଲୋକ ଘଟଣାର ଭିଡିଓ ମଧ୍ୟ ଶୁଟ୍ କରିଥିଲେ । ଭିଡିଓଟି ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା । ଭିଡିଓରେ ଯୁବକ ଜଣଙ୍କ ତାଙ୍କ ନାଁ କବିର ବୋଲି କହୁଥିବା ଜଣାପଡିଛି ।  ଭିଡିଓରେ ସମ୍ପୂର୍ଣ୍ଣ ଘଟଣା ସଂପର୍କରେ ଯୁବତୀ ଜଣଙ୍କ କହିଛନ୍ତି ।

ଘଟଣା ସଂପର୍କରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ଛାତ୍ରୀଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଭିଡିଓ ଆଧାରରେ ଅଭିଯୁକ୍ତ ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ଅଧିକାରୀ କହିଛନ୍ତି । ପୀଡିତାଙ୍କ ଅଭିଯୋଗ ଆଧାରରେ ଯୁବକଙ୍କୁ ଗିରଫ କରାଯାଇଛି ଏବଂ ତା ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି ।

   Related Posts