ତାରକାଙ୍କ ଗହଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାଇରଲ ହେଉଛି ଫଟୋ
11/01/2019 at 5:56 PM

ନୂଆଦିଲ୍ଲୀ୧୧|୧: ବଲିଉଡର ଯୁବପିଢୀ କଳାକାର ଗୁରୁବାର ଦିନ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପାଇଁ ଯାଇଥିଲେ।

ନିର୍ଦ୍ଦେଶକ ରୋହିତ ଶେଟ୍ଟୀ, ଅଶ୍ବିନି ଅୟର ତିୱାରୀ, ପ୍ରଯୋଜକ ଏକତା କପୁର ଓ ମହାବୀର ଜୈନ, ଅଭିନେତା ରଣବୀର ସିଂହ, ରଣବୀର କପୁର, ବରୁନ ଧୱନ, ରାଜକୁମାର ରାଓ, ବିକ୍କି କୌଶଲ, ଆୟୁଷ୍ମାନ ଖୁରାନା, ସିଦ୍ଧାର୍ଥ ମାଲହୋତ୍ରା, ଅଭିନେତ୍ରୀ ଆଲିୟା ଭଟ୍ଟ ଓ ଭୂମି ପେଦନେକର ସାମିଲ ଥିଲେ।

ସିନେମା ଜଗତର ରାଷ୍ଟ୍ର ନିର୍ମାଣରେ କଣ ଯୋଗଦାନ ରହିବା ଉଚିତ୍ ଏହି ପ୍ରସଂଗ ଆଲୋଚନାର ମୁଖ୍ୟ କାରଣ ଥିଲା।

ସୁଚନାଯୋଗ୍ୟ ଯେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଉଠାଯାଇଥିବା ଫଟୋ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି। “ସିମ୍ୱା” ନିର୍ଦ୍ଧେଶକ ରୋହିତ ଶେଟ୍ଟୀ ନିଜେ ଫଟୋ ପୋଷ୍ଟ କରିଛନ୍ତି। କରଣ ଜୋହର ଗ୍ରୁପ ସେଲଫି ଇଣଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। କରନ କହିଛନ୍ତି ଯେ ଆଦରଣୀୟ ନରେନ୍ଦ୍ର ମୋଦିଙ୍କୁ ଭେଟିବା ସହ ଓ ତାଙ୍କ ସହ କଥା ବାର୍ତ୍ତା ହେଲା ପରେ ସକରାତ୍ମକ ପରିବର୍ତ୍ତନ ହେବ ବୋଲି ଆଶା।

ରାଷ୍ଟ୍ର ନିର୍ମାଣରେ ଯୋଗଦାନ ଦେବା ପାଇଁ ବହୁତ ଇଛା ବୋଲି କରନ କହିଛନ୍ତି। ଯୁବପିଢୀ ଏକା ସହ କାମ କଲେ ଦେଶରେ ସକରାତ୍ମକ ପରିବର୍ତ୍ତନ ଆସିବ ବୋଲି ସେ କହିଛନ୍ତି । ସିନେମା ଟିକେଟ ଉପରୁ ଜିଏସଟି କମ କରିବା ନେଇ ସମସ୍ତେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।