scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆତ୍ମହତ୍ୟା କଲେ ଯୁବକ ! ଟ୍ରେନ୍‌ ଧକ୍କାରେ ଚାଲିଗଲା ଜୀବନ

5/12/2023 at 11:31 AM

ଭୁବନ ୦୫।୧୨ : ଢେଙ୍କାନାଳ ଜିଲ୍ଲା ଭୁବନ ରୋଡ ରେଳ ଷ୍ଟେସନରେ ଦୁର୍ଘଟଣା । ଟ୍ରେନ୍‌ ଧକ୍କାରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ। ମୃତ ଯୁବକ ଜଣଙ୍କ କୁନିନ୍ଦା ଗାଁର ବ୍ରହ୍ମାନନ୍ଦ କଲୋନିରେ ରବି ଦେହୁରୀ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ମଙ୍ଗଳବାର ଦିନ ସକାଳ ସମୟରେ ଭୁବନ ରୋଡ ରେଳ ଷ୍ଟେସନ ନିକଟରେ ଏକ ଟ୍ରେନ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଛି । ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ଦୁର୍ଘଟଣା ସଂପର୍କରେ ଖବର ପରିବାର ଲୋକେ ମୃତଦେହକୁ ଶ୍ମଶାନକୁ ନେବା ସମୟରେ ପହଞ୍ଚିଥିଲା ଭୁବନ ପୋଲିସ । ଆଉ ଯୁବକଙ୍କ ଶବକୁ ଜବତ କରିଛି ଭୁବନ ପୋଲିସ । ଘଟଣାସ୍ଥଳରୁ ଭୁବନ ପୋଲିସ ତଦନ୍ତ ଆରମ୍ଭ କରିଛି ।

   Related Posts