scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସହିପାରିଲେନି ପ୍ରେମିକାର ବିରହ, ବିଷ ପିଇ ଜୀବନ ହାରିଦେଲେ ଯୁବକ

3/10/2023 at 11:06 AM

ସୋରୋ ୦୩/୧୦: ବିଷ ପିଇ ଜୀବନ ହାରିଲେ ଯୁବକ । ସୋସିଆଲ ମିଡିଆରେ ଆତ୍ମହତ୍ୟା କରିବାର ଲାଇଭ ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୋରୋ ଖଇରା ଥାନା ନହଙ୍ଗ ମାହଳିକ ସାହିରେ ଦେଖିବାକୁ ମିଳିଛି ଏହି ଭଳି ଘଟଣା । ଗାଁର ଗୟାଧର ମହାଳିକଙ୍କ ଏକମାତ୍ର ପୁତ୍ର ପପୁନ ସାତଦିନ ପୂର୍ବରୁ ବିଷପିଇ ଅସୁସ୍ଥ ହୋଇପଡିଥିଲେ । ଚିକିତ୍ସା ପାଇଁ ତାଙ୍କ ଖଇରା ପରେ ଭଦ୍ରକରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ହେଵାରୁ କଟକ ମେଡ଼ିକାଲ ନେଇଯାଇଥିଲେ ।

ସାତଦିନ ମୃତ୍ୟୁ ସହିତ ସଂଗ୍ରାମ କରି ଆଜି ତାଙ୍କର ମୃତ୍ୟୁ ଘଟିଛି । ମୃତ ପପୁନ ଵିଷ ପିଉଥିବାର live ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଆତ୍ମହତ୍ୟାର କାରଣ ଜଣା ପଡିନଥିଲା ବେଳେ ଭଲ ପାଉଥିବା ଝିଅର ପ୍ରତାରଣା ଯୋଗୁଁ ଏପରି ଅଘଟଣ ଘଟିଲା ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ସେପଟେ ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

   Related Posts