ଯୁବତୀଙ୍କ ତଣ୍ଟି କାଟି ନିଜ ତଣ୍ଟି କାଟିଲେ ଯୁବକ : ମୃତ ଘୋଷଣା କଲେ ଡାକ୍ତର, ଯୁବତୀ ଗୁରୁତର

Published By : Prameya-News7 Bureau | June 08, 2024 IST

ଦେବଗଡ ୮।୬: ଦେବଗଡ ସହର ଗୁରୁସାହି ନିକଟରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ଯୁବତୀଙ୍କ ତଣ୍ଟି କାଟି ନିଜ ତଣ୍ଟି କାଟିଲେ ଯୁବକ । ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଯୁବତୀ ଜଣଙ୍କ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତକ ଯୁବକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଭୁସୁଣ୍ଡା ଅଞ୍ଚଳର ବିଜୟ ସାସମଲଙ୍କ ପୁଅ ୩୪ ବର୍ଷ ବୟସ୍କ ସୀମାଞ୍ଚଳ ସାସମଲ।

ସୂଚନାଯୋଗ୍ୟ ଯେ, ଦେବଗଡ ସହର ଗୁରୁସାହି ନିକଟରେ ଯୁବତୀଙ୍କ ତଣ୍ଟି କାଟି ନିଜ ତଣ୍ଟି କାଟିଦେଲେ ଯୁବକ । ନିଜର ତଣ୍ଟି କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେଯୁବକ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ଯୁବକଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର । 

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଗୁରୁବାର ସନ୍ଧ୍ୟାରେ ଯୁବତୀ ଜଣଙ୍କ ଜଣେ ଛୋଟ ଶିଶୁ କୁ ନେଇ ରାସ୍ତାରେ  ଯାଉଥିବା ବେଳେ ଯୁବକ ଜଣକ ତାଙ୍କ ପାଖକୁ ଆସି କଥାବାର୍ତ୍ତା କରିଥିଲେ। ଉଭୟଙ୍କ ମଧ୍ୟରେ କିଛି ପାଟିତୁଣ୍ଡ ହୋଇଥିବା ବେଳେ ହଠାତ୍ ଯୁବକ ଜଣକ ପକେଟରୁ ଏକ ଛୋଟ କାଗଜ କଟା ଛୁରୀ କାଢି ଯୁବତୀଙ୍କ ବେକକୁ କାଟିଦେଇଥିଲେ। ପରେ ଯୁବକ ଜଣକ ନିଜର ତଣ୍ଟି କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହି ଘଟଣା ପରେ ଉଭୟ ଗୁରୁତର ଅବସ୍ଥାରେ ରାସ୍ତାରେ ପଡିଥିବା ବେଳେ ସ୍ଥାନୀୟ ଲୋକେ ପ୍ରଥମେ ଯୁବତୀଙ୍କୁ  ଗୁରୁତର ଅବସ୍ଥାରେ  ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପରେ ଗୁରୁତର ଯୁବକ ଙ୍କୁ  ଆମ୍ବୁଲାନ୍ସ ଯୋଗେ ଆଣି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଗୁରୁତର ଯୁବତୀଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । 

ଗୁରୁତର  ଯୁବତୀ ଜଣକ ହେଲେ ଦେବଗଡ ସହରର ଗୁରୁସାହି ଅଞ୍ଚଳର ୩୨ ବର୍ଷ ବୟସ୍କା ଜହ୍ନ କାରିଗର। ସେହିପରି   ଯୁବକ ଙ୍କ ପାଖରୁ ମିଳିଥିବା ଆଧାର କାର୍ଡ ଅନୁଯାୟୀ ସେ ଗଞ୍ଜାମ ଜିଲ୍ଲା ଭୁସୁଣ୍ଡା ଅଞ୍ଚଳର ବିଜୟ ସାସମଲଙ୍କ ପୁଅ ୩୪ ବର୍ଷ ବୟସ୍କ ସୀମାଞ୍ଚଳ ସାସମଲ । ମୃତ ଯୁବକଙ୍କ ପାଖରୁ ଦୁଇଟି ଟ୍ରେନ ଟିକଟ, ଆଧାର କାର୍ଡ ଓ ନଗଦ ଅର୍ଥ  ମିଳିଛି । ଦେବଗଡ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏ ସମ୍ପର୍କରେ ଅଧିକ ତଦନ୍ତ କରୁଛନ୍ତି ।

You Can Read :

କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ, ଷ୍ଟେସନରେ ଅଟକିଲା ଟ୍ରେନ୍

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.