scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଯୁବକଙ୍କୁ ପୋଡି ମାରିବାକୁ ଉଦ୍ୟମ କଲେ ପ୍ରେମିକାର ପରିବାରଲୋକେ ; ୭୦ ପ୍ରତିଶତ ପୋଡିଯାଇଥିବା ନରେନ୍ଦ୍ର କରୁଛନ୍ତି ଜୀବନସହ ସଂଗ୍ରାମ

1/11/2018 at 3:21 PM

ଆଲିଗଞ୍ଜ ୧/୧୧ : ଉତ୍ତର ପ୍ରଦେଶରେ ଘଟିଛି ଅଭାବନୀୟ ଘଟଣା | ଜଣେ ୨୨ ବର୍ଷ ବୟସ୍କ ଯୁବକଙ୍କୁ ତାଙ୍କ ପ୍ରେମିକାଙ୍କ ପରିବାରଲୋକେ ନିଆଁ ଲଗାଇ ପୋଡିଦେବା ଉଦ୍ୟମ କରିଛନ୍ତି | ଉତ୍ତର ପ୍ରଦେଶର ଇଟାହ ଜିଲ୍ଲା ଆଲିଗଞ୍ଜ ଅଂଚଳରେ ଗତକାଲି ଘଟିଛି ଏଭଳି ଅମାନୁଷିକ କାଣ୍ଡ | ଗୁରୁତର ଭାବେ ପୋଡି ଆହତ ହୋଇଥିବା ଯୁବକ ଜଣକ ହେଲେ ନରେନ୍ଦ୍ର ସାଖ୍ୟ |

ଆଲିଗଞ୍ଜ ଅଂଚଳର ଜଣେ ଯୁବତୀ କିଛି ଦିନ ହେଲା ଘରୁ ଫେରାର ଅଛନ୍ତି । ସଂପୃକ୍ତ ଯୁବତୀଙ୍କ ପରିବାର ସନ୍ଦେହ କରୁଥିଲେ ଯେ, ସେ ତାଙ୍କ ପ୍ରେମିକ ନରେନ୍ଦ୍ର ସାଖ୍ୟ ସହ କେଉଁ ଆଡେ ଚାଲିଯାଇଛି । ତେଣୁ ଝିଅକୁ ଖୋଜିବା ବଦଳରେ ନରେନ୍ଦ୍ରକୁ ଖୋଜିଥିଲେ । ନରେନ୍ଦ୍ର ମିଳିଗଲେ ଝିଅ ବି ମିଳିଯିବ ବୋଲି ଫେରାର ଝିଅର ପରିବାର ଲୋକେ ଭାବୁଥିଲେ । ଖୋଜା ଖୋଜି ପରେ ନିରେନ୍ଦ୍ରକୁ ଠାବ କରିପାରିଥିଲେ । ନରେନ୍ଦ୍ରଠାରୁ ଝିଅର ଖୋଜ ଖବର ନେବା ପାଇଁ ପରିବାର ଲୋକେ କୌଶଳ କରିଥିଲେ । ନରେନ୍ଦ୍ର ଓ ସେମାନଙ୍କ ଝିଅର ବାହାଘର କରିବା ପାଇଁ ପରିବାର ଚାହୁଁଥିବା ଧାରଣା ସୃଷ୍ଟି କରିବାକୁ ଉଦ୍ୟମ କରିଥିଲେ ।

ଯୋଜନା ଅନୁସାରେ ଯୁବତୀଙ୍କ ଜଣେ ସମ୍ପର୍କୀୟ ଉଭୟଙ୍କ ବାହାଘର ନେଇ କିଛି ଆଲୋଚନା କରିବା ପାଇଁ ନରେନ୍ଦ୍ରଙ୍କୁ ତାଙ୍କ ଘରକୁ ଡାକିଥିଲେ | ସେମାନଙ୍କ କଥାରେ ବିଶ୍ୱାସ କରି ନରେନ୍ଦ୍ର ତାଙ୍କ ଘରକୁ ମଧ୍ୟ ଯାଇଥିଲେ | ତାଙ୍କ ଘରେ ପହଂଚିବା କ୍ଷଣି ଯୁବତୀଙ୍କ ବାପା, ତାଙ୍କ ମଉସା ଏବଂ ଅନ୍ୟ ପରିବାର ସଦସ୍ୟ ନରେନ୍ଦ୍ରଙ୍କୁ ଅତି ନିର୍ମମ ଭାବେ ମାଡ ମାରିଥିଲେ | ମାଡ ମାରି ନରେନ୍ଦ୍ରଙ୍କୁ ଏକ କୋଠରୀରେ ବନ୍ଦ କରିଦେଇଥିଲେ | ବନ୍ଦ କରିବା ପରେ ତାଙ୍କ ଝିଅର ନିଖୋଜ ନେଇ ନରେନ୍ଦ୍ରଙ୍କୁ ପଚରାଉଚୁରା କରିଥିଲେ | କିନ୍ତୁ କିଛି ସଠିକ ତଥ୍ୟ ପାଇନଥିଲେ | ଏଥିରେ ଉତକ୍ଷିପ୍ତ ହୋଇ ସେମାନେ ନରେନ୍ଦ୍ରଙ୍କ ଉପରେ କିରୋସିନ ଢାଳି ନିଆଁ ଲଗାଇଦେଇଥିଲେ | ନରେନ୍ଦ୍ରଙ୍କ ପାଟି ଶୁଣି ପଡିଶା ଘରଲୋକେ ପୋଲିସକୁ ଖବର ଦେଇଥିଲେ | ପୋଲିସ ଆସିବା ଖବର ପାଇ ସମସ୍ତେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ |

ପୋଲିସ ଘଟଣାସ୍ଥଳରେ ପହଂଚି ନରେନ୍ଦ୍ରଙ୍କୁ ଆଲିଗଞ୍ଜ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା | ନରେନ୍ଦ୍ରଙ୍କ ଶରୀରର ୭୦ ପ୍ରତିଶତ ପୋଡି ଯାଇଛି | ତେବେ ଡାକ୍ତର ତାଙ୍କୁ ସାଇଫାଇ ମେଡିକାଲ କଲେଜ ସ୍ଥାନାନ୍ତର କରିଛନ୍ତି | ସେଠାରେ ଚିସେ ଏବେ ଜୀବନ ସହ ସଂଗ୍ରାମ କରୁଛନ୍ତି ।

ନରେନ୍ଦ୍ରଙ୍କ ପରିବାରଲୋକେ ଯୁବତୀଙ୍କ ପରିବାରଲୋକଙ୍କ ନାଁରେ ସ୍ଥାନୀୟ ଥାନାରେ ଏକ ମାମଲା ରୁଜ୍ଜୁ କରିଛନ୍ତି | ଅଭିଯୁକ୍ତଙ୍କ ଗିରଫ ଦାବି କରିଛନ୍ତି ପରିବାରଲୋକେ | ମାମଲା ଆଧାରରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି | ଆଉ ଜଣେ ଏବେ ମଧ୍ୟ ଫେରାର ଅଛି | ପୋଲିସ ତାକୁ ଖୋଜାଖୋଜି କରୁଛି |

   Related Posts