ମାଛକୁଣ୍ଡ ପ୍ରକଳ୍ପର ୧୧ କେଭି ଲାଇନ ସଂସ୍ପର୍ଶରେ ଆସି ଯୁବକ ଗୁରୁତର

Published By : Prameya-News7 Bureau | December 28, 2019 IST

କୋରାପୁଟ ୨୮/୧୨: କୋରାପୁଟ ଜିଲ୍ଲା ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପର ୧୧ କେଭି ଲାଇନ ସଂସ୍ପର୍ଶରେ ଆସି ଯୁବକ ଗୁରୁତର   ।  ଯୁବକ ଅନକାଡେଲି ଗ୍ରାମର ବନମାଳୀ ଖରା । ସକାଳୁ ସକାଳୁ ଅସ୍ଥାୟୀ କର୍ମୀ ବନମାଳୀ ଖରା ସବୁ ଦିନ ଭଳି ବିଦ୍ୟୁତ ପ୍ରକଳ୍ପକୁ ଯାଇ ସଫା ସୁତୁରା କରିବା ସହ ଗଛ ଗୁଡିକ ସଫା କରିଥାନ୍ତି।  ଆଜି ୧୧ କେଭି ଲାଇନ ତଳେ ସଫା କରିବା ସମୟରେ ଅଚାନକ ସେ ଏହା ସଂସ୍ପର୍ଶରେ ଆସି ଯାଇଥିଲେ । 

{"id":203771,"sizeSlug":"large"}

କିଛି ସମୟ ୧୧ କେଭିରେ ନିଆଁ ଲାଗିବା ପରେ କରେଣ୍ଟ ଟ୍ରିପ ହୋଇଯାଇଥିଲା  । ନିକଟରେ ଥିବା କର୍ମଚାରୀ ବନମାଳୀଙ୍କୁ ଉଦ୍ଧାର କରି ଆଶାକିରଣ ଡାକ୍ତରଖାନାକୁ ଆଣିଥିଲେ । ୬୦ ଭାଗ ପୋଡି ଯାଇଥିବାରୁ ଡାକ୍ତର ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତରିତ କରିଛନ୍ତି । ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କହିଛନ୍ତି ଡାକ୍ତର । ପ୍ରକଳ୍ପ ଅଧିକାରୀ  କହିଛନ୍ତି  ପ୍ରକଳ୍ପରେ ସବୁ ପ୍ରକାର ସୁରକ୍ଷା ଥିବାବେଳେ କିପରି ୧୧ କେଭି ସଂସ୍ପର୍ଶରେ ଯୁବକ ଜଣକ ଆସିଲେ ତାହା ତଦନ୍ତ କରିବା ପରେ ଜଣାପଡିବ କହିଛନ୍ତି ।    

{"id":203772,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.