ପୋଲରୁ ଖସି ପଡ଼ିଲେ ଯୁବକ; ଛାତିରେ ବାଉଁଶ ପଶି ଗୁରୁତର

Published By : Prameya-News7 Bureau | October 28, 2022 IST

ପୁରୀ ୨୮/୧୦: ପୋଲ ଉପରେ ବସିଥିଲେ ଯୁବକ।‌ ହଠାତ୍ ତଳକୁ ଖସି ପଡିବାରୁ ଯୁବକଙ୍କ ଛାତିରେ ବାଉଁଶ ପଶି ବେକରେ ବାହାରି ପଡିଛି। ପୁରୀ ସଦର‌ ଚନ୍ଦନପୁର ଥାନା ଅନ୍ତର୍ଗତ ତଳଜଙ୍ଗ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ୧୦୮ ଆମ୍ବୁଲାନ୍ସରେ ସଦର‌ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଡାକ୍ତର ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରିଛନ୍ତି। ଗୁରୁତର ଯୁବକଙ୍କ ପରିଚୟ ତପନ‌ ପରିଡ଼ା। ଖବର ଅନୁସାରେ, ଗୁରୁବାର ରାତିରେ ତପନ ତାଙ୍କ ଗାଁ ପାଖ ପୋଲ ଉପରେ ବସିଥିବା ବେଳେ ତଳକୁ ଖସି ପଡ଼ିଥିଲେ।‌ ତଳେ ବାଉଁଶ କୀଳା ପୋତାହୋଇଥିବା ବେଳେ ଏହା ତାଙ୍କ ଛାତିରେ ପଶି ବେକରେ ବାହାରି ପଡ଼ିଥିଲା।‌

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.