scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବୁଢୀମା’କୁ ପଥରରେ ଛେଚି ହତ୍ୟା : ନାତିକୁ ଆଜୀବନ କାରାଦଣ୍ଡାଦେଶ

30/11/2023 at 4:24 PM

ଆନନ୍ଦପୁର ୩୦।୧୧: କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଗୋହିରା ଗାଁରେ ନିଜ ବୁଢୀମା’କୁ ହତ୍ୟା ଘଟଣାରେ ନାତିକୁ ଆଜୀବନ କାରାଦଣ୍ଡ । ଦଣ୍ଡାଦେଶ ଶୁଣାଇଛନ୍ତି ଆନନ୍ଦପୁର ଅତିରିକ୍ତି ଜିଲ୍ଲା ଓ ଦୌରାଜଜ୍ କୋର୍ଟ । ଏଥିସହ ୧୦ ହଜାର ଟଙ୍କା ଜରିମାନା ମଧ୍ୟ ଧାର୍ଯ୍ୟ କରିଛନ୍ତି କୋର୍ଟ । ଜରିମାନା ଅନାଦେୟ ଅତିରିକ୍ତ ୧ ବର୍ଷ କାରାଦଣ୍ଡ ପାଇଁ ରାୟ ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଯେ, ଗତ ୨୦୨୦ ମସିହା ଅକ୍ଟୋବର ମାସ ୧୭ ତାରିଖ ସକାଳ ୮ଟା ସମୟରେ ଗୋହିରା ଗାଁର ସିଦ୍ଧାନ୍ତ ନାଇକ ନିଜ ବୁଢୀମା’ ଦୁଃଖୀ ନାୟକଙ୍କୁ ଖାଇବା ପାଇଁ ଟଙ୍କା ମାଗିଥିଲେ । ଟଙ୍କା ଦେବାକୁ ମନା କରିବାରୁ ଉତ୍‌କ୍ଷୀପ୍ତ ହୋଇ ସିଦ୍ଧାନ୍ତ ପଥରରେ ବୁଢୀମା’ର ମୁଣ୍ଡକୁ ମାରିଥିଲା । ଗୁରୁତର ବୁଢୀମା’ ଦୁଃଖୀଙ୍କର ଆନନ୍ଦପୁର ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା । ସେହିଦିନ ମୃତା ଦୁଃଖୀଙ୍କ ସ୍ବାମୀ କୁଳମଣୀ ନାୟକଙ୍କ ଏତଲା ଆଧାରରେ ଘଷିପୁରା ପୋଲିସ ନାତି ସିଦ୍ଧାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

You Can Read:

   Related Posts