ଏବେର ଶ୍ରବଣ କୁମାର: ଛାଇ ଭଳି ବୃଦ୍ଧ ବାପ- ମାଆ ଙ୍କ ପାଖେ ପାଖେ ଅଛନ୍ତି , ଚାକିରି ଛାଡି କରୁଛନ୍ତି ଜନ୍ମଦାତାଙ୍କ ସେବା

Published By : Prameya-News7 Bureau | January 04, 2020 IST

ଅନୁଗୁଳ ୦୪।୦୧: ପିଲାଦିନେ ବହିରେ  ପଢିଥିଲୁ ଶ୍ରବଣ କୁମାର କାହାଣୀ । ନିଜ କାନ୍ଧରେ ବାପା ମାଙ୍କ ବୋଝ ଉଠାଉଥିଲେ ସେ । ଭାରରେ ବୋହି ନେଇ ବପ-ମାଆଙ୍କୁ ତୀର୍ଥ ଭ୍ରମଣ କରାଇଥିଲେ ସେ।  ସମୟ ବଦଳିଛି, କିନ୍ତୁ ଏବେ ବି ଅଛନ୍ତି ସେହିପରି ତ୍ୟାଗୀ ଏବଂ ପିତୃ-ମାତୃ ଭକ୍ତ । ସେମିତି ଜଣେ ଯୁବକ ,ଅନୁଗୁଳ ବିକ୍ରମପୁର ହାଉସିଂ ବୋର୍ଡ କଲୋନୀର ବିନୋଦ ବିହାରୀ ସିଂ।

{"id":206842,"sizeSlug":"large"}

ଅନୁଗୁଳ ବିକ୍ରମପୁର ହାଉସିଂବୋର୍ଡ କଲୋନୀରେ ରୁହନ୍ତି ବିପିନ ବିହାରୀ ସିଂ। ପରିବାର କହିଲେ ଘରେ ସ୍ତ୍ରୀ ସାବିତ୍ରୀ ସିଂ ଏବଂ ପୁଅ ବିନୋଦ ବିହାରୀ ସିଂ। କିନ୍ତୁ ବିଡ଼ମ୍ବନା ର ବିଷୟ ହେଉଛି ସ୍ୱାମୀ ଏବଂ ସ୍ତ୍ରୀ ଗତ ତିନି ବର୍ଷ ହେବ ପାରାଲିସିସ ରେ ଆକ୍ରାନ୍ତ ହୋଇ ଶଯ୍ୟାରେ ପଡିରହିଛନ୍ତି ।

{"id":206843,"sizeSlug":"large"}

ଘରେ ଏକ ମାତ୍ର ଯବାନ ପୁଅ ବିନୋଦ  । ଯିଏକି ଏବେ ମା ଓ ବାପାଙ୍କ ଯତ୍ନ ନେଉଛନ୍ତି। ଗାଧୋଇବା, ଖୁଆଇବା ପାଣି ପିଆଇବା ପର୍ଯ୍ୟନ୍ତ ସବୁ କାମ ନିଜ ହାତରେ କରୁଛନ୍ତି। ମାଙ୍କର ମୂତ୍ର ନଳୀ ସବୁବେଳେ ଲାଗିଛି। ବାପାଙ୍କୁ ବସାଇବା ଓ ଉଠାଇବା ପରି ସବୁ କାମ ନିଜ ହାତରେ କରୁଛନ୍ତି ବିନୋଦ।  ବିନୋଦ ଏକ କମ୍ପାନୀରେ କାମ କରୁଥିଲେ। କିନ୍ତୁ ମା ଓ ବାପାଙ୍କ ସେବା କରିବାରେ ଅସୁବିଧା ହେବାରୁ ଚାକିରି ଛାଡି ଦେଇଥିଲେ ।  କାମ ଛାଡି ଏବେ ବାପା ମା ଙ୍କ ସେବା କରୁଛନ୍ତି ବିନୋଦ । ମା ଓ ବାପାଙ୍କ ସେବା ଭଗବାନଙ୍କ ସେବା ମନେ କରି ସେବା କରି ଚାଲିଛନ୍ତି ବିନୋଦ।

{"id":206844,"sizeSlug":"large"}

ତେବେ ଗତ କିଛି ଦିନ ତଳେ ତାଳଚେର ବିଧାୟକ ଘରକୁ ଆସି ସାହାଯ୍ୟର ପ୍ରତିଶୃତି ଦେଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ କିଛି ସାହାର୍ଯ୍ୟ ମିଳିପାରିଲାନାହିଁ । ବାପା ଦୋକାନ କରି ଯାହା ସଞ୍ଚୟ କରିଥିଲେ,  ତାହା ଏବେ ଔଷଧ କିଣାରେ ସରିଲାଣି।  ଏପଟେ ପୁଅକୁ ବିବାହ କରିବାକୁ ଚାହୁଁଥିଲେ ମଧ୍ୟ ପ୍ରସ୍ତାବ କିଏ ଗ୍ରହଣ କରିବ ବୋଲି ବାପା ଦୁଃଖର ସହ ପ୍ରକାଶ କରିଛନ୍ତି। କୌଣସି ଝିଅ ପ୍ରଥମରୁ ଏମିତି ରୁଗ୍ଣ ବାପା ଓ ମାଙ୍କ ବୋଝ ନେବାପାଇଁ ଚାହିଁବ ବୋଲି କହିଛନ୍ତି। ତେବେ ସରକାରୀ ସାହାର୍ଯ୍ୟ ଅପେକ୍ଷାରେ ରହିଛନ୍ତି ପରିବାର ।

{"id":206845,"sizeSlug":"large"}

ବାସ୍ତବିକ ଶ୍ରବଣ କୁମାର ପରି ବିନୋଦ ନିଜ ବାପା ମାଙ୍କ ବୋଝ ନିଜ କାନ୍ଧରେ ଉଠାଉଛନ୍ତି। ତେଣୁ ସମସ୍ତେ କହୁଛନ୍ତି ବିନୋଦ ଏ ଯୁଗର ଶ୍ରବଣ କୁମାର। ତଥାପି ଯଦି ସାହାରା ମିଳନ୍ତା ତେବେ ସେ ଆହୁରି ଭଲଭାବେ ବାପା ମାଙ୍କ ସେବା କରିପାରନ୍ତେ ବୋଲି ଆଶା କରାଯାଉଛି।

{"id":206846,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.