ନଦୀରେ ଭାସିଯାଉଥିଲେ ବୃଦ୍ଧା, ଡେଇଁପଡି ଉଦ୍ଧାର କଲେ ଯୁବକ

Published By : Prameya-News7 Bureau | June 12, 2020 IST

ଯାଜପୁର ୧୨।୬: ପ୍ରଖର ନଦୀ ସ୍ରୋତରେ ଜଣେ ବୃଦ୍ଧା ଭାସିଯାଉଥିବା ବେଳେ ଜଣେ ଯୁବକ ଉଦ୍ଧାର କରିଛନ୍ତି । ଯାଜପୁର ଜିଲ୍ଲା ବିଞ୍ଝାରପୁର କଲ୍ୟାଣେଶ୍ବର ଅଞ୍ଚଳରେ ଘଟିଛି ଏଭଳି ଘଟଣା ।

{"id":284958,"sizeSlug":"large"}

ସୂଚନାଯୋଗ୍ୟ ଯେ, ବିଞ୍ଝାରପୁର କଲ୍ୟାଣେଶ୍ବର ନିକଟ ଖରସ୍ରୋତା ନଦୀରେ ମାଂସଡା ଦଧିବାମନପୁର ଅଞ୍ଚଳର ୭୨ ବର୍ଷୀୟ ବୃଦ୍ଧା ମଲ୍ଲୀ ବେହେରା ଗାଧୋଉଥିବା ବେଳେ ପ୍ରଖର ନଦୀ ସ୍ରୋତରେ ଭାସିଯାଇଥିଲେ । ନଦୀରେ କିଛି ବାଟ ଭାସିଯାଉଥିବା ଦେଖି  ରଣପୁର ଅଞ୍ଚଳର ଜଣେ ଯୁବକ ମହେଶ୍ବର ମଲ୍ଲିକ ତୁରନ୍ତ ନଦୀ ଭିତରକୁ ପଶି ତାଙ୍କୁ ଉଦ୍ଧାର କରିଥିଲେ । ସେହି ସମୟରେ ଅନ୍ୟ କେତେକ ବ୍ୟକ୍ତି ରଶି ସାହାଯ୍ୟରେ ଉଭୟଙ୍କୁ ନଦୀ ଗର୍ଭରୁ କୂଳକୁ ଟାଣି ଆଣିଥିଲେ । ବୃଦ୍ଧାଙ୍କୁ ଉଦ୍ଧାର କରିବା ପରେ ତାଙ୍କ ହୋସ ଫେରିଥିଲା । ଏବେ ସେ ସୁସ୍ଥ ଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.