ସାଙ୍ଗ ହେବ ତ ଏମିତି : ନାବାଳିକାଙ୍କୁ ଅପହରଣ କରି ନେଇଯାଉଥିଲେ ଦୁର୍ବୃତ୍ତ, ୨୩୦ କି.ମି. ଟ୍ରେନ୍‌ର ପିଛା କରି ସାଙ୍ଗ ଭଉଣୀଙ୍କୁ କଲେ ଉଦ୍ଧାର

Published By : Prameya-News7 Bureau | June 19, 2021 IST

ବାନ୍ଦା ୧୯।୬: କଥାରେ ଅଛି ପ୍ରକୃତ ବନ୍ଧୁ ସାହାଯ୍ୟ କରିବା ପାଇଁ ସବୁବେଳେ ଉପାୟ ଖୋଜିନିଅନ୍ତି । ୟୁପିର ବାନ୍ଦା ଜିଲ୍ଲାର ବିସଣ୍ଡା ଥାନା ଅଞ୍ଚଳର ଜଣେ ମୁସଲିମ୍ ଯୁବକଙ୍କ ସହ ଏଭଳି ଘଟଣା ଘଟିଛି । ତାଙ୍କର ଜଣେ ହିନ୍ଦୁ ବନ୍ଧୁ କାରରେ ପ୍ରାୟ ୨୩୦ କିଲୋମିଟର ପିଛା କରି ଅପହୃତ ଭଉଣୀଙ୍କୁ ଜାନସୀ ଜିଆରପି ସହାୟତାରେ ଉଦ୍ଧାର କରିଛି । ଟ୍ରେନରେ ଭଉଣୀ ମୁମ୍ବାଇ ଯାଉଥିବା ସୂଚନା ତାଙ୍କର ଆଉ ଜଣେ ବନ୍ଧୁ ଦେଇଥିଲେ । ଘଟଣାଟି ଜୁନ୍ ୧୦ରେ ଘଟିଥିଲା । ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଜଣେ ଅଭିଯୁକ୍ତ ଧରାପଡିଥିଲା ​​ଏବଂ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଛାଡିଦେଇଥିଲା । ସୋସିଆଲ ମିଡିଆରେ ଏହି ମାମଲା ଭାଇରାଲ୍ ହେବା ମାତ୍ରେ ପୋଲିସର ଏଭଳି କାରନାମା ଧରାପଡିଥିଲା ।

ଏହି ମାମଲା ବିସଣ୍ଡା ଥାନା ପରିସରରେ ଥିବା ଏକ ଗାଁରେ ଘଟିଥିଲା । ଗାଁର ଜଣେ ୧୭ ବର୍ଷର ନାବାଳିକାକୁ ଗାଁର ଯୁବକମାନେ ଅପହରଣ କରି ନେଇଥିଲେ । ବାନ୍ଦା ରେଳ ଷ୍ଟେସନରୁ ତୁଳସୀ ଏକ୍ସପ୍ରେସ ଟ୍ରେନରେ ଚଢିଥିଲେ । ଏହାପରେ ନାବାଳିକାଙ୍କୁ ୪ ଜଣ ଯୁବକଙ୍କୁ ହସ୍ତାନ୍ତର କରିଦେଇଥିଲେ । ଏହି ୪ ଜଣ ଯୁବକ ନାବାଳିକାଙ୍କୁ ମୁମ୍ବାଇ ନେଉଥିଲେ । ଭଉଣୀ ନିଖୋଜ ହେବା ନେଇ ମୁସଲମାନ ଯୁବକ ତାଙ୍କ ହିନ୍ଦୁ ବନ୍ଧୁଙ୍କୁ କହିଥିଲେ । ବନ୍ଧୁଙ୍କ ଘରର ସମ୍ମାନ ରକ୍ଷା କରିବା ପାଇଁ ସେ ନିଜ ଜୀବନକୁ ବାଜି ଲଗାଇଦେଇଥିଲେ । ପ୍ରଥମେ ଉଭୟ ବନ୍ଧୁ ଅତରା ରେଳ ଷ୍ଟେସନକୁ ଯାଇଥିଲେ । ସେଠାରେ ପଚରାଉଚରା କରିଥିଲେ କିନ୍ତୁ କୌଣସି ଖୋଜଖବର ମିଳିଲା ନାହିଁ । ଖୋଜିବା ବେଳେ ଅନ୍ୟ ଜଣେ ବନ୍ଧୁ କହିଥିଲେ ଯେ, ସେମାନେ ତୁଳସୀ ଏକ୍ସପ୍ରେସରେ ମୁମ୍ବାଇ ଯାଉଛନ୍ତି । ବନ୍ଧୁ ଜଣଙ୍କ କହିଥିଲେ ଯେ, ୩ ନମ୍ବର କୋଚରେ ୪ ଜଣ ଯୁବକଙ୍କ ସହ ତାଙ୍କ ଭଉଣୀ ବସିଛନ୍ତି ।

ତାପରେ ହିନ୍ଦୁ ବନ୍ଧୁ ଜଣଙ୍କ କାରକୁ ଡାକିଲେ ଏବଂ ମହୋବା ପର୍ଯ୍ୟନ୍ତ ପିଛା କରିଥିଲେ । କିନ୍ତୁ ଟ୍ରେନଟି ଅତିକ୍ରମ କରିସାରିଥିଲା । ସଙ୍ଗେ ସଙ୍ଗେ ମହୋବା GRPରୁ ସାହାଯ୍ୟ ଲୋଡିଥିଲେ । ମୌରାନୀପୁର ରେଳ ଷ୍ଟେସନରେ ପହଞ୍ଚିବା ପରେ ଟ୍ରେନଟି ଜାନସୀ ଅଭିମୁଖେ ଯାତ୍ରା କରିଥିଲା । ତାପରେ ଜାନସୀ GRP ସହିତ ଯୋଗାଯୋଗ କରି କୋଚ୍ ନମ୍ବର ଏବଂ ନାବାଳିକାଙ୍କ ଫଟୋ ପଠାଇଲେ । ଟ୍ରେନ୍ ଅଟକାଇବା ସମୟରେ ପୂର୍ବରୁ ସୂଚନା ପାଇ ଜାନସୀ GRP କୋଚ୍ କୁ ଘେରି ରହିଥିଲା ​ । ସେମାନଙ୍କୁ ଖୋଜି ଖୋଜି ଉଦ୍ଧାର କରାଯାଇଥିଲା ହେଲେ ଅପହୃତାମାନେ ଖସି ପଳାଇ ଯାଇଥିଲେ ।

ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । କିନ୍ତୁ ପରଦିନ କାର୍ଯ୍ୟାନୁଷ୍ଠାନ ନନେଇ ଛାଡିଦେଇଥିଲେ । ନିରାଶ ହୋଇ ପୀଡିତାଙ୍କ ଭାଇ ସୋସିଆଲ ମିଡିଆରେ ଏଭଳି ଘଟମାକୁ ଭାଇରାଲ୍ କରିଥିଲେ । ଫଳରେ ଘଟଣା ଉପରେ ଏବେ ଅଧିକ ଫୋକସ୍ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.