ଅପହୃତ ଯୁବକ ହେଲେ ଉଦ୍ଧାର, ୬ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | November 22, 2019 IST

ରାୟଗଡ ୨୨।୧୧: ରାୟଗଡା ପୋଲିସ ହାତରେ ଧରାପଡିଛି ଏକ ବଡ ଧରଣର ଅପହରଣକାରୀ ଗ୍ୟାଙ୍ଗ୍ । ଏହି ପେସାଦାର ଅପରାଧୀ ଗ୍ୟାଙ୍ଗକୁ ଧରିବାରେ ପୋଲିସକୁ ମିଳିଛି ବଡ ସଫଳତା । ସେମାନଙ୍କ ନିକଟରୁ ଅପହୃତ ଯୁବକଙ୍କ ଉଦ୍ଧାର କରିଛି ପୋଲିସ ।

{"id":188080,"sizeSlug":"large"}

ସୂଚନାଯୋଗ୍ୟ ଯେ, ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ଏସ.ରାମପୁର ଗ୍ରାମର ଜଣେ ଯୁବକଙ୍କୁ ଗତ ୧୯ତାରିଖ ସଂଧ୍ୟାରେ ଅପହରଣ କରାଯାଇଥିଲା । ଧାନବାଦ-ଆଲଫୁଜା ଟ୍ରେନ୍ ଭିତରୁ ବିଭୁତି ପୁଜାରୀ ନାମକ ୧୯ ବର୍ଷ ବୟସ୍କ ଯୁବକଙ୍କୁ ଅପହରଣ କରି ଲାଡ୍ଡା ଷ୍ଟେସନରୁ ନିଆଯାଇଥିଲା । ବିଶାଖାପାଟଣାଠାର ଟିଟିଲାଗଡ ଯାଉଥିବା ସମୟରେ ଏହି ଅପହରଣ ହୋଇଥିଲା। ଅପହରଣ ପରେ ୧୦ଲକ୍ଷ ଟଙ୍କା ଦାବିକରି ହତ୍ୟା ଚେତାବନୀ ଦିଆଯାଇଥିଲା। ଏହି ଘଟଣାରେ ବିଭୁତିଙ୍କ ବାପା ପଂଚାନନ ପୁଜାରୀ ରାୟଗଡା ଥାନାରେ ମାମଲା ରୁଜୁ କରିଥିଲେ।

{"id":188081,"sizeSlug":"large"}

ଘଟଣାର ଅନୁସନ୍ଧାନ କରି ଆଜି ଭୋରରୁ ରାୟଗଡା ବ୍ଲକ ବାରିଝୋଲା ଜଙ୍ଗଲରୁ ଅପହୃତ ବିଭୁତିଙ୍କୁ ପୁଲିସ ଉଦ୍ଧାର କରିବା ସହ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ରାୟଗଡା ଏସପି ଡଃ ଶର୍ବଣା ବିବେକ. ଏମ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ୩ ଜଣ ନାବାଳକ ରହିଛନ୍ତି । ଅନ୍ୟ ୩ ଜଣ ହେଲେ ରାୟଗଡା ସହରସୁଣ୍ଡି ସୁରଜ, କୋତାପେଟାର ସୁଣ୍ଡି ପ୍ରକାଶ ଓ ଜି. ଓ ସୁରେଶ। ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

{"id":188082,"sizeSlug":"large"}

ଏହା ବ୍ୟତୀତ ଅନ୍ୟ ୫ ଜଣ ଫେରାର ଅଛନ୍ତି । ଗିରପ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ପିସ୍ତଲ, ଦୁଇଟି ଗୁଳି, ଟାଙ୍ଗିଆ, ଖଣ୍ଡା, ଛୁରି ସମେତ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ ହୋଇଛି । ସେହିଭଳି ଘଟଣାରେ ବ୍ୟବହୃତ ଗୋଟିଏ ବୋଲେରୋ, ଗୋଟିଏ ଅଟୋ, ଗୋଟିଏ ବୁଲେଟ ଓ ଗୋଟିଏ ସ୍କୁଟି ଗାଡି ଜବତ କରିଛି ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.