‘ଦଶ ଟଙ୍କାରେ ବିକ୍ରି ହୋଇଗଲେ ଏହି ରାସ୍ତା ହିଁ ମିଳିବ’: କେବେ ଦେଖିନଥିବେ ଏମିତି ପ୍ରଦର୍ଶନ…

Published By : Prameya-News7 Bureau | August 04, 2021 IST

ନୂଆଦିଲ୍ଲୀ ୪/୦୮: ଖରାପ ରାସ୍ତାକୁ ନେଇ ବିଭିନ୍ନ ପ୍ରକାର ବିକ୍ଷୋଭ ପ୍ରଦର୍ଶନ ଦେଖିଥିବେ । କିନ୍ତୁ ଏବେ ଏବେ ଭାଇରାଲ୍‌ ହେଉଥିବା ଏକ ବିକ୍ଷୋଭ ପ୍ରଦର୍ଶନର ଭିଡିଓ  ହୁଏତ ଦେଖିନଥିବେ । ଏହି ସମୟରେ ପ୍ରଦର୍ଶନକାରୀ ସାଧାରଣତଃ ସରକାରଙ୍କୁ ଦୋଷ ଦେଉଥିବାର ଦେଖିବାକୁ ମିଳେ କିନ୍ତୁ ଏଠାରେ ସାଧାରଣ ଲୋକଙ୍କୁ ଟାର୍ଗେଟ କରାଯାଇଛି । ଛତିଶଗଡ଼ର କରୋବା ଜିଲ୍ଲାର କିଛି ଯୁବକ ସେଠାକାର ଖରାପ ରାସ୍ତାକୁ ନେଇ ବ୍ୟାନର ଏବଂ ପୋଷ୍ଟର ଧରି ପ୍ରତିବାଦ କରୁଥିଲେ । ଏହା ସହ ସୁନ୍ଦର ଭାବେ ଗାନ କରୁଥିଲେ, ‘ଶାଢ଼ି, ଟଙ୍କାରେ ବିକ୍ରି ହୋଇଗଲେ ଏମିତି ରୋଡ୍‌ ହିଁ ପାଇବ।’

ଯେଉଁ ରାସ୍ତା​‌ରେ ଛିଡ଼ା ହୋଇ ଯୁବକମାନେ ବିକ୍ଷୋଭ କରୁଥିଲେ ସେଠାରେ ବଡ଼ ବଡ଼ ଗର୍ତ୍ତ ହୋଇଥିବା ବେଳେ ବର୍ଷା ଜଳ ଜମିରହିଛି। ଏପରିକି ରାସ୍ତା ଦେଇ ଯାଉଥିବା ପ୍ରତିଟି ଗାଡ଼ିକୁ ଦେଖିଲେ ସ୍ପଷ୍ଟ ବାରି ହୋଇଯାଉଛି ରାସ୍ତାର ହାଲ କଣ ଥିବ। ତେବେ ସେହି ଯୁବକମାନଙ୍କ ଲକ୍ଷ ସାଧାରଣ ଲୋକଙ୍କୁ ସଚେତନ କରାଇବା ଥିଲା। ଏନେଇ ସେମାନେ ରାଜ୍ୟବ୍ୟାପୀ  ବିକ୍ଷୋଭ କରିବେ ବୋଲି ମଧ୍ୟ କହିଛନ୍ତି ।

ଯୁବକମାନେ ଏହି ବିକ୍ଷୋଭ ବୁଧବାରୀ ବଜାରରୁ ଘଣ୍ଟାଘର ନିହାରିକା ଯାଇଥିବା ରାସ୍ତାରେ କରୁଥିଲେ। ପ୍ରଦର୍ଶନ କରୁଥିବା ବେଳେ ସେମାନେ ନିଜ ନିଜ ହାତରେ ବିଭିନ୍ନ ପ୍ରକାର ସ୍ଳୋଗନ ଲେଖାଥିବା ପୋଷ୍ଟର ଧରିଥିଲେ। ଜଣଙ୍କ ହାଥରେ ଥିଲା, ‘ହସନ୍ତୁ , ଆପଣ କୋରବାକୁ ବରବାଦ କରିଦେଇଛନ୍ତି।’ ଅନ୍ୟ ଜଣେ ଯୁବକ ଧରିଥିବା ପୋଷ୍ଟରରେ ଲେଖାଥିଲା, ’୧୦ ରୁପଏ କା ମୁର୍ଗା ଖାଓଗେ ତୋ ଏସେ ହି ମୁର୍ଗା ବନ ଜାଓଗେ।’

wp:embed {"url":"https://twitter.com/Anurag_Dwary/status/1422506238357606401","type":"rich","providerNameSlug":"twitter","responsive":true}
https://twitter.com/Anurag_Dwary/status/1422506238357606401
/wp:embed

କହିରଖୁଛୁ, କୋରବାରେ ରାସ୍ତାର ହାଲତ ବହୁତ ଖରାପ। ମରାମତି ନାଁରେ ପ୍ରଶାସନ କେବଳ ମୋରମରେ ଖାଲ ଖମା ପୋତି ଚୁପ ବସିପଡ଼ୁଥିବା ଅଭିଯୋଗ ହେଉଛି। ପୁଣି କିଛି ଦିନ ଗଲେ ଅବସ୍ଥା ଯାହା ଥିଲା ସେୟା ହିଁ ହୋଇଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.