ସିଲଭାଷାରେ ଓଡିଆ ଯୁବକଙ୍କୁ ହତ୍ୟା : ହୋଇପାରୁନି ଶବ ବ୍ୟବଚ୍ଛେଦ, ମୃତଦେହ ଫେରାଇ ଆଣିବାକୁ ପରିବାରଲୋକଙ୍କ ଅନୁରୋଧ

Published By : Prameya-News7 Bureau | December 04, 2019 IST

ଭଦ୍ରକ ୪।୧: ଜନ୍ମଦିନ ପାର୍ଟି ଚାଲିଥିବା ବେଳେ ହୋଟେଲ ଭିତରେ ଓଡିଆ ଯୁବକଙ୍କୁ ହତ୍ୟା । ଏବେ ବି ବ୍ୟବଚ୍ଛେଦ ନହୋଇ ପଡିରହିଛି ମୃତଦେହ । ଏପଟେ ଛୋଟ ପୁଅ ଓ ଗର୍ଭବତୀ ସ୍ତ୍ରୀ ନ୍ୟାୟ ପାଇଁ ପୋଲିସର ଦ୍ଵାରସ୍ଥ ହୋଇଛନ୍ତି । କେନ୍ଦ୍ରଶାସିତ ଅଞ୍ଚଳ ସିଲଭାଷାଠାରେ ଏଭଳି ଘଟଣା ଘଟିଛି। ହତ୍ୟାକାଣ୍ଡରେ ୭ଜଣ ଅଭିଯୁକ୍ତଙ୍କୁ ସିଲଭାଷା ପୋଲିସ ଅଟକ ରଖିଥିବା ସୂଚନା ମିଳିଛି। ଛୁରା ମାଡରେ ହୋଟେଲରେ ରୋଷେୟା ଥିବା ଭଦ୍ରକ ଜିଲ୍ଲା ବନ୍ତ ଥାନା ଛୟାଳସିଙ୍ଗ ହରିଜନ ସାହିର ଖେଗେଶ୍ଵର ଜେନାଙ୍କ ମୃତ୍ୟୁ ହୋଇଛି ।

{"id":193691,"sizeSlug":"large"}

ସୂଚନାଯୋଗ୍ୟ ଯେ, ଖଗେଶ୍ଵର କାମ କରୁଥିବା ହୋଟେଲ ଭିତରେ ଜନ୍ମଦିନ ପାର୍ଟି ଚାଲିଥିଲା । ସମସ୍ତେ ନିଶାରେ ମସଗୁଲ  ହୋଇ ଜନ୍ମଦିନ ଉତ୍ସବ ପାଳନ କରୁଥିଲେ । ପାର୍ଟି ଶେଷ ହୋଇଥିଲା । ସମସ୍ତେ ହୋଟେଲରୁ ବାହାରି ଯାଇଥିଲେ । ଜଣେ ସାଙ୍ଗ ହୋଟେଲ ଭିତରେ ରହିଯାଇଥିଲା ।  ଅନ୍ୟ ସାଙ୍ଗମାନେ ଗାଡିରେ ବସି ହର୍ଣ୍ଣକୁ ବାରମ୍ବାର ବଜାଉଥିଲେ । ସ୍ଥାନୀୟ ଲୋକେ ବିରକ୍ତ ହୋଇ ସେମାନଙ୍କ ସହ ଝଗଡା କରିଥିଲେ ।

{"id":193692,"sizeSlug":"large"}

ଏହାପରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ହୋଟେଲ ଭିତରେ ରହିଯାଇଥିବା ସାଙ୍ଗଟି ରୋଷେଇ ଘରକୁ ପଶି ଛୁରୀ ଆଣି ଆସିବା ବେଳେ ଖଗେଶ୍ଵର ତାଙ୍କୁ ଅଟାକାଇଥିଲେ । ସେହି ଯୁବକ ସହ ଅନ୍ୟମାନେ ଖଗେଶ୍ଵରଙ୍କୁ ଆକ୍ରମଣ କରିଥିଲେ ।  ଫଳରେ ସେ ଗୁରୁତର ହୋଇଥିଲେ । ତାଙ୍କୁ ସିଲଭାଷା ସ୍ଥିତ ବିନୋବାଭାବେ ଡାକ୍ତଖାନାକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ପୋଲିସ ଆସି ୪ ଜଣଙ୍କୁ ଗିରଫ କରିଥିଲା ।  ପରେ ଅନ୍ୟ ତିନି ଜଣଙ୍କୁ ଧରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ସହ ରକ୍ତଭିଜା କପଡାକୁ ମଧ୍ୟ ପୋଲିସ ଜବତ କରିଥିବା ସୂଚନା ମିଳିଛି ।

{"id":193693,"sizeSlug":"large"}

ଭଦ୍ରକ ଜିଲ୍ଲା ବନ୍ତ ଥାନା ଛୟାଳସିଙ୍ଗ ହରିଜନ ସାହିରେ ଖଗେଶ୍ଵର ଜେନାଙ୍କ ଘର । ସେ ଘରର ଏକମାତ୍ର ପୁଅ । ଦୀର୍ଘ ୧୨ ବର୍ଷ ହେଲା ସେ କେନ୍ଦ୍ରଶାସିତ ଅଞ୍ଚଳ ସିଲଭାଷାଠାରେ ସ୍ଵରାଜ ନାମକ ଏକ ହୋଟେଲରେ ରୋଷେୟା ଭାବେ କାମ କରୁଥିଲେ ।  କିଛି ଦିନ ତଳେ ସେ ଘରକୁ ଆସିଥିଲେ । ଘରେ ତାଙ୍କର ବୁଢା ବାପା, ଛୋଟ ପୁଅ ଓ ଗର୍ଭବତୀ ସ୍ତ୍ରୀ ଅଛନ୍ତି ।  

{"id":193694,"sizeSlug":"large"}

ତେବେ ହୋଟେଲ ଭିତରେ ତାଙ୍କୁ ହତ୍ୟା କରାଯାଇଥିବା ଖବର ତାଙ୍କ ପରିବାରଲୋକଙ୍କ ନିକଟକୁ ଆସିଛି । ସେଠାରେ ମୃତଦେହ ବ୍ୟବଚ୍ଛେଦ ନହୋଇ ପଡିରହିଛି । ପରିବାର ଲୋକେ ବନ୍ତ ପୋଲିସ ନିକଟରେ ମୃତଦେହ ଫେରାଇ ଆଣିବା ପାଇଁ ଅନୁରୋଧ କରିଛନ୍ତି । ଘରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ଏବେ ଭାଙ୍ଗିପଡିଛି ପୁରା ପରିବାର ।

{"id":193695,"sizeSlug":"large"}

ଅନ୍ୟକୁ ବଞ୍ଚାଇବା ପାଇଁ ଚେଷ୍ଟା କରି ଜୀବନ ହରାଇଲେ ଖଗେଶ୍ଵର । କିନ୍ତୁ ପଛରେ ଛାଡିଗଲେ ନିଜ ବୁଢାବାପା, ପୁଅ ଓ ଗର୍ଭବତୀ ସ୍ତ୍ରୀଙ୍କୁ । ଏବେ ପରିବାରପୋଷଣ କେମିତି ହେବ ସେ ନେଇ ଚିନ୍ତାରେ ଅଛନ୍ତି ପରିବାରଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.