୨୪ ଘଣ୍ଟା ପରେ ମିଳିଲା ମୃତଦେହ, ଡୁଡୁମା ଜଳପ୍ରପାତରେ ଭାସି ନିଖୋଜ ଥିଲେ

Published By : Prameya-News7 Bureau | January 02, 2021 IST

ଲମତାପୁଟ ୨।୧: ୨୪ ଘଣ୍ଟା ପରେ ମିଳିଲା ସତ୍ୟ ପରିଜାଙ୍କ ମୃତଦେହ । ଶୁକ୍ରବାର ଡୁଡୁମା ଜଳପ୍ରପାତରେ ଗୋଡଖସି ନଦୀରେ ଭାସି ଯାଇଥିଲେ ସତ୍ୟ । ଅଗ୍ନିଶମ ଏବଂ ଓଡ୍ରାଫର ମିଳିତ ଅପରେସନ ପରେ ଆଜି ସତ୍ୟଙ୍କ  ମୃତଦେହ ଉଦ୍ଧାର ହୋଇଛି  ।

ସୂଚନାଯୋଗ୍ୟ ଯେ, ଡୁଡୁମା ପର୍ଯ୍ୟଟନସ୍ଥଳୀକୁ ଜୟପୁର କାଳିଆ ଗାଁରୁ ସତ୍ୟ ପରଜା  ଏବଂ ତାଙ୍କ ପରିବାର ବୁଲିବା ପାଇଁ ଆସିଥିଲେ । ଡୁଡୁମା ଦେଖିବା ସହ ଡୁଡୁମା ଜଳ ପ୍ରପାତର ମଜା ନେବା ପାଇଁ ୫୫୦ଫୁଟ ତଳକୁ ଯାଇଥିଲେ । ସେଠାରେ ସତ୍ୟଙ୍କ ଗୋଡ ଖସି ଯାଇ ପାଣିରେ ନିଖୋଜ ହୋଇଯାଇଥିଲେ । ଘଟଣାସ୍ଥଳକୁ ମାଛକୁଣ୍ଡ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଗ୍ନିଶମକୁ ଖବର ଦିଆଯାଇଥିଲା । ଅଗ୍ନିଶମ ଏବଂ ଓଡ୍ରାଫର ମିଳିତ ଅପରେସନ ପରେ ସତ୍ୟଙ୍କ ମୃତଦେହ ଉଦ୍ଧାର ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.