ଅନୁଗୋଳ ୨୩।୭: ଅନୁଗୋଳ ଜିଲ୍ଲା ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ଦେଉଳବେଡା ଶିବ ମନ୍ଦିର ନିକଟରୁ ଜନୈକ ଯୁବକଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ମୃତ ଯୁବକ ଜଣଙ୍କ ହେଲେ ଅଜୟ ନାୟକ । ତାଙ୍କ ବୟସ ୨୦ ବର୍ଷ । ତାଙ୍କ ଘର ସମଲ ଅଞ୍ଚଳରେ ହୋଇଥିଲା ବେଳେ ସେ ଏଠାରେ ବହୁ ଦିନ ଧରି ରହି ଆସୁଥିଲା । ମୃତ ଯୁବକଙ୍କ ମୁଣ୍ଡ ଓ ଦେହରେ ଗଭୀର କ୍ଷତ ରହିଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ଗଟଣାର ତଦନ୍ତ କରିବା ସହ କିଛି ବ୍ୟକ୍ତିଙ୍କୁ ଥାନାକୁ ଆଣି ପଚାରା ଉଚାରା ଚଳାଇଛି ପୋଲିସ । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ମୃତ ଯୁବକ ଜଣଙ୍କ ଡ୍ରାଇଭର ଥିବା ଜଣାପଡିଛି ।
ଶାହାଙ୍କ ପରେ ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ...