ଅଜଣା ଯୁବକଙ୍କ ମୃତଦେହ ଠାବ, ହତ୍ୟା କି ଆତ୍ମହତ୍ୟା ଅସ୍ପଷ୍ଟ

Published By : Prameya-News7 Bureau | October 15, 2021 IST

ଖୋର୍ଦ୍ଧା ୧୫।୧୦: ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ପାନବରଜ-ବେରୁହାଁ ରାସ୍ତା କଡରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଠାବ ହୋଇଛି । ଖୋର୍ଦ୍ଧା SDPO ସୁଶୀଲ ମିଶ୍ର ଏବଂ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଜାରି ରଖିଛନ୍ତି । ଅଧିକ ତଦନ୍ତ ପାଇଁ ପୋଲିସ ସାଇଣ୍ଟିଫିକ୍ ଟିମର ସହାୟତା ନେଇଛି । ମୃତ ଯୁବକଙ୍କ ପରିଚୟ ମିଳିନାହିଁ । ପୋଲିସର ତଦନ୍ତ ପରେ ଏହା ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.