Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

ଟାଙ୍କି ଉପରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

11/03/2023 at 5:44 PM

କେନ୍ଦୁଝର ୧୧।୩: କେନ୍ଦୁଝରଠାରେ ନବନିର୍ମିତ ମେଗା ଜଳ ପ୍ରକଳ୍ପ ଓଭରହେଡ଼ ଟାଙ୍କି ଉପରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାଉରୀପଦା ଗ୍ରାମପଞ୍ଚାୟତର କେମ୍ପସଡା ଗ୍ରାମଠାରେ ନିର୍ମିତ ହେଉଥିବା ନୂତନ ମେଗା ଜଳ ପ୍ରକଳ୍ପ ପାଇଁ ଓଭରହେଡ଼ ଟାଙ୍କି ଉପରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି ।

ମୃତ ଯୁବକଙ୍କ ନାଁ ପରାନ ମୋଦି ହୋଇଥିବା ବେଳେ ତାଙ୍କ ଘର ପଶ୍ଚିମବଙ୍ଗରେ । ସେ ସାଥିମାନଙ୍କ ସହ ଏକ କମ୍ପାନୀର ନବନିର୍ମିତ ଟାଙ୍କିରେ ଦୁଇ ମାସ ହେବ ନିର୍ମାଣ କାର୍ଯ୍ୟ କରିଆସୁଥିଲେ । ଶନିବାର ଟ୍ୟାଙ୍କର ଉପରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଖବର ପାଇ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପଚରାଉଚରା ଜାରି ରଖିଛି । ଯୁବକ ଜଣଙ୍କ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି ।

   Related Posts