ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ : ୧୫ଘଣ୍ଟା ଧରି ପଡିରହିଛି ମୃତଦେହ, ହତ୍ୟାକାରୀକୁ ଗିରଫ ଦାବି
9/02/2020 at 9:40 AM

ଜି.ଉଦୟଗିରି ୯।୨: କନ୍ଧମାଳ ଜିଲ୍ଲା ଜି.ଉଦୟଗିରିରେ ଯୁବକଙ୍କୁ ନିର୍ମମ ହତ୍ୟା । ସାରଙ୍ଗଗଡ ଥାନା ଅନ୍ତର୍ଗତ ପାବୁରିଆଠାରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ । ମୃତକ ହେଲେ ପାବୁରିଆ ସଚିଦାନନ୍ଦ ନାୟକ । ତାଙ୍କ ହାତର ଦୁଇ ପାପୁଲି ଛିଣ୍ଡି ଯାଇଥିବା ବେଳେ ଓ ବେକରେ ଗଭୀର ଆଘାତ ଲାଗିଛି ।

ତେବେ ୧୫ ଘଣ୍ଟା ହେଲା ଘଟଣାସ୍ଥଳରେ ମୃତଦେହ ପଡିରହିଛି । ମୃତଦେହକୁ ପରିବାର ଲୋକେ ନେଉନଥିବା ଜଣାପଡିଛି । ହତ୍ୟାକାରୀଙ୍କୁ ଗିରଫ ଦାବିରେ ପାବୁରିଆଠାରେ ଉତ୍ତେଜନା ଲାଗିରହିଛି । ଘଟଣାସ୍ଥଳରେ ଜି.ଉଦୟଗିରି ଏସଡିପିଓ ଓ ସାରଙ୍ଗଗଡ ପୋଲିସ ପହଞ୍ଚିଛନ୍ତି । ଉତ୍ତ୍ୟକ୍ତଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।