ପାହାଡରେ ଝୁଲୁଛି ଯୁବକଙ୍କ ଗଳିତ ମୃତଦେହ, ବାହାରୁଛି ଦୁର୍ଗନ୍ଧ

Published By : Prameya-News7 Bureau | July 13, 2022 IST

ଢେଙ୍କାନାଳ : ଢେଙ୍କାନାଳ ସହରର ଦେଉଳସାହି ନିକଟରେ ପାଣିଓହଳା ପାହାଡରୁ ଜଣଙ୍କ ଗଳିତ ମୃତଦେହ ଝୁଲୁଥିବା ଅବସ୍ଥାରେ ଠାବ ହୋଇଛି । ପାହାଡରେ ଥିବା ହନୁମାନ ମନ୍ଦିର ନିକଟରେ ଥିବା ଏକ ଗଛରେ ମୃତଦେହଟି ଝୁଲୁଥିବା ଦେଖିବାକୁ ମିଳିଛି । ମୃତଦେହଟି ପଚି ଗଳିତ ଅବସ୍ଥାରେ ଝୁଲୁଥିବା ଦେଖିବାକୁ ମିଳିଛି । ମୃତଦେହ ଜଣେ ଯୁବକଙ୍କର ବୋଲି ଜଣାପଡିଛି ।

ଗତ ୫ରୁ ୬ଦିନ ହେଲା ଯୁବକଙ୍କ ମୃତଦେହ ଝୁଲୁଥିବା ବେଳେ ମୃତକଙ୍କର ପରିଚୟ ମିଳିପାରିନାହିଁ । ଫଳରେ ମୃତଦେହରୁ ପଚା ଉତ୍କଟ ଦୁର୍ଗନ୍ଧ ବାହାରୁଥିବା ଜଣାପଡିଛି । ବେକରେ ଗାମୁଛାରେ ଲଗାଇ ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି । ଖବର ପାଇ ଟାଉନ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.