ନାଳରୁ ମିଳିଲା ଯୁବକଙ୍କ କ୍ଷତବିକ୍ଷତ ମୃତଦେହ, ସାଙ୍ଗମାନେ ହତ୍ୟା କରିଥିବା ସନ୍ଦେହ

Published By : Prameya-News7 Bureau | December 22, 2020 IST

ଭଞ୍ଜନଗର ୨୨।୧୨: ନାଳରୁ ମିଳିଲା ଯୁବକଙ୍କ କ୍ଷତବିକ୍ଷତ ମୃତଦେହ । ଗତ ୨ ତାରିଖରୁ ନିଖୋଜ ଥିଲେ ଯୁବକ । ମୃତ ଯୁବକ ହେଲେ ଗଞ୍ଜାମ ଜିଲ୍ଲା ତାରାସିଙ୍ଗ ଥାନା ଅନ୍ତର୍ଗତ ଟାଙ୍ଗଣ ଗ୍ରାମର ୨୬ ବର୍ଷ ବୟସ୍କ ଯୁବକ ମିଥୁନ ସାହୁ ।

ସୂଚନାଯୋଗ୍ୟ ଯେ, ଗତ ୨ ତାରିଖ ଦିନ ମିଥୁନ ତାଙ୍କ ସାଙ୍ଗ ସାଥୀଙ୍କ ସହ ଯାଇଥିବା ବେଳେ କେଉଁଆଡେ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରି ପାଇନଥିଲେ । ସାଙ୍ଗମାନଙ୍କୁ ସନ୍ଦେହ କରି ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଆଜିକୁ ୨୦ ଦିନ ହେବ ପୋଲିସ ତଦନ୍ତ ଚଳାଇଥିଲା । ସାଙ୍ଗମାନେ ହିଁ ମିଥୁନକୁ ମାରି ନାଳ ପାଣିରେ ପୋତି ଦେଇ ପଥରଘୋଡାଇ ଦେଇଥିଲେ ବୋଲି ସୂଚନା ମିଳୁଛି । ଘଟଣାସ୍ଥଳରେ ଭଞ୍ଜନଗର ଏସଡିପିଓ ପହଞ୍ଚି ଅଧିକ ତଦନ୍ତ କରୁଛନ୍ତି ସାଙ୍ଗ ମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.