ମଦ ଭାଟି ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
29/05/2023 at 1:51 PM

ଆନନ୍ଦପୁର ୨୯।୫: ମଦ ଭାଟି ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ତଦନ୍ତ ଆରମ୍ଭ କଲା ପୋଲିସ ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଖଡିପାଳଠାରେ ଥିବା ଦେଶୀ ମଦ ଭାଟି ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ବେଲଦା ଗ୍ରାମର ନିଲୁ ବେହେରା । ସୋମବାର ସକାଳୁ କିଛି ଲୋକ ତାଙ୍କ ମୃତଦେହ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇବା ପରେ ପରିବାର ଲୋକେ ପହଞ୍ଚି ମୃତକଙ୍କୁ ଚିହ୍ନଟ କରିଥିଲେ ।

ତେବେ ନିଲୁ ଦୈନିକ ଏହି ମଦଭାଟିରେ ଆସି ବୋଲହାକ କରୁଥିବା ପରିବାର ଲୋକଙ୍କଠାରୁ ସୂଚନା ମିଳିଛି । ରବିବାର ସେ ଘରୁ ବାହାରି ଆସି ଆଉ ଘରକୁ ଫେରିନଥିଲେ । ପରିବାର ତରଫରୁ କେହି ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
You Can Read :