ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

Published By : Prameya-News7 Bureau | October 03, 2020 IST

ଜୟପୁର ୩।୧୦: କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ୍ ଅନ୍ତର୍ଗତ ଚଣାବାଡ ପଞ୍ଚାୟତ ସ୍ଥିତ ସଲପଗୁଡାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣଙ୍କ ହେଲେ ଭାସ୍କର କୁଲିସିକା ।

ସୂଚନା ଅନୁସାରେ ଭାସ୍କର କୌଣସି କାମରେ ଗାଁ ନିକଟସ୍ଥ ନଦୀକୁ ଯାଇଥିଲ । ମାତ୍ର ସେ ଆଉ ଫେରି ନ ଥିଲେ । ତାପରେ ମୃତ ଯୁବକଙ୍କ ସାନ ଭାଇ ମିଶ୍ର କୁଲିସିକା ଶୌଚ ପାଇଁ ନଦୀକୁ ଯାଇଥିଲେ । ସେଠାରେ ଭାସ୍କର ପାଣିରେ ଭାସୁଥିବା ଦେଖି ପରିବାର ସହ ଗ୍ରାମବାସୀଙ୍କୁ ଜଣାଇଥିଲେ । ପରିବାର ଲୋକେ ଏବଂ ଗ୍ରାମବାସୀ ନଦୀକୁ ଯାଇ ଦେଖିଲା ପରେ ପୋଲିସକୁ ଜଣାଇଥିଲେ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ  କର୍ମଚାରୀ ପହଞ୍ଚି ଯୁବକଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।  ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.