ନଦୀରେ ଗାଧୋଇବା ବେଳେ ବୁଡିଗଲେ ଯୁବକ, ଦୁଇ ଘଣ୍ଟା ପରେ ଉଦ୍ଧାର ହେଲା ମୃତଦେହ
19/02/2020 at 7:23 AM

ଆନନ୍ଦପୁର ୧୯।୨: ଆନନ୍ଦପୁର ବୈତରଣୀ ନଦୀର ଟୁକୁଣା ଘାଟଠାରେ ଭାସିଯାଇ ନିଖୋଜ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ ଟୁକୁଣା ଗାଁ ର ଟୁନା ମଲ୍ଲିକ ।

ସୂଚନାଯୋଗ୍ୟ ଯେ, ଗତକାଲି ସକାଳେ ଟୁନା ମଲ୍ଲିକ ଶାଳବଣୀ ସାପ୍ତାହିକ ଯାଇଥିଲେ । ଫେରିବା ସମୟରେ ଟୁକୁଣା ଘାଟଠାରେ ଗାଧୋଇବାକୁ ଯାଇ ନଦୀରେ ଭାସିଯାଇ ନିଖୋଜ ହୋଇଯାଇଥିଲେ । ଖବରପାଇ ଘସିପୁରା ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ନଦୀଗର୍ଭରେ ଖୋଜାଖୋଜି କରିବାର ପ୍ରାୟ ୨ଘଣ୍ଟା ପରେ ଟୁନାଙ୍କୁ ଉଦ୍ଧାର କରାଯାଇଥିଲା । ତାଙ୍କୁ ତୁରନ୍ତ ମେଡିକାଲକୁ ନିଆଯଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।
Related Posts
ସ୍କୁଟିରୁ ହରିଣ ମାଂସ ଜବତ, ଜଣେ ଗିରଫ
5 February 2023
କିନ୍ନରମାନେ କରନ୍ତି ବହୁଚରା ମାତାଙ୍କ ପୂଜା, କାହିଁକି କରାଯାଏ ଏହି ପୂଜା ?
5 February 2023
ରାଉରକେଲା ଡବଲ ମର୍ଡର ଘଟଣା, ତିନି ଜଣଙ୍କୁ ଅଟକ ରଖିଛି ପୋଲିସ
5 February 2023