oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବରଯାତ୍ରୀ ହୋଇ ଆସିଥିଲେ, ଶବ ହୋଇ ଫେରିଲେ… ନିଖୋଜର ୨ ଦିନ ପରେ କୂଅରୁ ମିଳିଲା ମୃତଦେହ

11/12/2020 at 10:45 AM

ଖୋର୍ଦ୍ଧା ୧୧।୧୨: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ରମ୍ଭାବିଲ୍ଲୀ ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ହେଲେ ନିରାକାରପୁର ଅଞ୍ଚଳର ବିକାଶ ସାହୁ । ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର ଲୋକେ ।

ସୂଚନାଯୋଗ୍ୟ ଯେ, ବିକାଶ ଗତ ୯ ତାରିଖ ଅର୍ଥାତ୍ ବୁଧବାର ରାତିରେ ରମ୍ଭାବିଲ୍ଲୀ ଗ୍ରାମକୁ ଏକ ବିବାହରେ ବରଯାତ୍ରୀ ହୋଇ ଆସିଥିଲେ । ଏହାପରେ ସେ ଆଉ ଘରକୁ ଫେରି ନଥିଲେ । ତେବେ ଶୁକ୍ରବାର ଜଙ୍କିଆ ଥାନା ରମ୍ଭାବିଲ୍ଲୀ ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ମୃତଦେହ ଉଦ୍ଧାର ହୋଇଛି । ଜଙ୍କିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏ ଘଟଣାରେ ଜଙ୍କିଆ ପୋଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସେପଟେ ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର ଲୋକେ । ସମ୍ପର୍କୀୟମାନେ ନୂଆ ଜଗନ୍ନାଥ ସଡକର ରମ୍ଭାବିଲି ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି ।

   Related Posts