କୋଦାଳ ବେଣ୍ଟରେ ପିଟି ପିଟି ଯୁବକଙ୍କୁ ହତ୍ୟା ଅଭିଯୋଗ, ଅଭିଯୁକ୍ତର ହୋଟେଲ ପୋଡ଼ିଦେଲେ ଗ୍ରାମବାସୀ

Published By : Prameya-News7 Bureau | December 13, 2022 IST

ବରଗଡ଼, ୧୩।୧୨: ଭଟଲି ଥାନା ଅନ୍ତର୍ଗତ ଟୁକୁର୍ଲା ସ୍ଥିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିକଟରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ବେଳେ ଆଜି ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଟୁକୁର୍ଲା ଗ୍ରାମର ଲୋକନାଥ ଭୋଇଙ୍କ ପୁଅ ରାମଚନ୍ଦ୍ର (୩୫) ବୋଲି ଜଣାପଡିଛି । ମୃତ ରାମଚନ୍ଦ୍ର ଡାକ୍ତରଖାନା ନିକଟରେ ଏକ ପାନଦୋକାନ କରିଥିବା ବେଳେ ତାଙ୍କ ଗ୍ରାମର ଆର୍ତ୍ତ ବନଛୋର ସେଠାରେ ଏକ ହୋଟେଲ କରିଥିଲେ ।

ତେବେ ପୂର୍ବ ଶତ୍ରୁତାକୁ ନେଇ ଗତକାଲି ରାତିରେ ଆର୍ତ୍ତ କୋଦାଳ ବେଣ୍ଟରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଆଜି ସକାଳୁ ରାମଚନ୍ଦ୍ରଙ୍କ ମୃତଦେହ ଡାକ୍ତରଖାନା ନିକଟସ୍ଥ ରାସ୍ତାକଡରେ ପଡିଥିବା ଦେଖିବାକୁ ମିଳିଥିଲା । ଏହି ଘଟଣା ପରେ ଭଟଲି ପୋଲିସ ଅଭିଯୁକ୍ତ ଆର୍ତ୍ତକୁ ଅଟକ ରଖି ତଦନ୍ତ ଜାରି ରଖିଛି । ଅପରପକ୍ଷରେ ଉତ୍ତ୍ୟକ୍ତ ଗ୍ରାମବାସୀ ଡାକ୍ତରଖାନା ନିକଟରେ ଥିବା ଅଭିଯୁକ୍ତ ଆର୍ତ୍ତ ବନଛୋରଙ୍କ ହୋଟେଲକୁ ପୋଡି ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.