ରାତିରେ ଶୋଇଥିବା ବେଳେ କାମୁଡିଦେଲା ସାପ, ମୃତ ଘୋଷଣା କଲେ ଡାକ୍ତର
24/06/2022 at 12:05 PM

ଭୋଗରାଇ ୨୪।୬: ସର୍ପାଘାତରେ ଯୁବକଙ୍କ ମୃତ୍ୟୁ । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ରସୁଲପୁର ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଯୁବକ ଜଣଙ୍କ ହେଲେ ଗୌତମ ଦାସ । ତାଙ୍କ ବୟସ ୩୫ ବର୍ଷ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଗୁରୁବାର ରାତିରେ ଶୋଇଥିବା ବେଳେ ଗୌତମଙ୍କୁ ସାପ କାମୁଡି ଦେଇଥିଲା । ଶୁକ୍ରବାର ସକାଳେ ପରିବାର ଲୋକେ ତାଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗୌତଙ୍କ ମୃତ୍ୟୁ ପରେ ଗାଁରେ ଶୋକକୂଳ ପରିବେଶ ସୃଷ୍ଟି ହୋଇଛି ।
Related Posts
ରଥଯାତ୍ରା ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
1 July 2022