ପୂର୍ବ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ, ଚିକିତ୍ସାଧିନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ

Published By : Prameya-News7 Bureau | August 08, 2020 IST

ଚାନ୍ଦବାଲି ୮।୮: ପୂର୍ବ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ । ଚିକିତ୍ସାଧିନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ଘଣ୍ଟେଶ୍ଵର ବଜରାପୁର ପଞ୍ଚାୟତ ଷଣ୍ଢଗଡା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ସୂଚନା ଅନୁସାରେ, ଅଲେଖ ସାହୁ ନାମକ ଯୁବକଙ୍କୁ ସେହି ଗ୍ରାମର କିଛି ଯୁବକ ରାତିରେ ଚିଙ୍ଗୁଡି ପୋଖରୀରେ ଦାନା ପକାଉଥିବା ବେଳେ ସଙ୍ଗବଧ ଭାବେ ଭୁଜାଲି ଓ ରଡ୍ ସାହାଯ୍ୟରେ ଆକ୍ରମଣ କରି ରାସ୍ତାରେ ଫୋପାଡି ଦେଇଥିଲେ । ସକାଳୁ ଗ୍ରାମବାସୀ ଦେଖି ଘର ଲୋକଙ୍କୁ ଖବର ଦେବାରୁ ଘର ଲୋକ ପହଞ୍ଚି ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ।

ସେଠାରେ ଅବସ୍ଥା ଗୁରୁତର ହେବାରୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଏହି ଘଟଣାରେ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.