୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକ ମୃତ, ଛେଳିପାଇଁ ଡାଳ କାଟିବାକୁ ଯାଇଥିବା ବେଳେ ଅଘଟଣ

Published By : Prameya-News7 Bureau | February 11, 2021 IST

କଳାହାଣ୍ଡି ୧୧।୨: ୧୫ ଘଣ୍ଟାରୁ ଅଧିକ ସମୟ ହେବ ଗଛ ଉପରେ ଝୁଲୁଛି ଶବ । ବୁଧବାର ସନ୍ଧ୍ୟାରୁ ଗଛ ଡାଳ କାଟିବାକୁ ଯାଇ ୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ହୋଇଥିଲା । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନା ବେଦାନ୍ତ ମେଡିକାଲ ସମ୍ମୁଖରେ ଘଟିଛି ଏଭଳି ଅଘଟଣ । ମୃତକ ହେଉଛନ୍ତି ବଳଭଦ୍ରପୁର ଗାଁର ଚକ୍ର ଚଣ୍ଡୀ ।

ସୂଚନାଯୋଗ୍ୟ ଯେ, ଛେଳି ପାଇଁ ଡାଳ କାଟିବାକୁ ଗଛରେ ଚଢିଥିବା ବେଳେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ ଚକ୍ର । ଫଳରେ ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।  ପ୍ରାୟ ୧୫ ଘଣ୍ଟାରୁ ଅଧିକ ସମୟ ହେବ ଗଛ ଉପରେ ଝୁଲୁଥିଲା ଚକ୍ରଙ୍କ ଶବ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ ବି ବିଦ୍ୟୁତ୍ ବିଭାଗ ଅଧିକାରୀ ଘଟଣାସ୍ଥଳକୁ ଆସି କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.