ଧକ୍କା ଦେଲା ଅଜଣା ଗାଡି, ମେଡିକାଲରେ ଆଖିବୁଜିଲେ ଯୁବକ
29/05/2023 at 1:07 PM

ବୌଦ୍ଧ ୨୯।୫: ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ନୂଆପଡା ନିକଟରେ ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ବାଲିପୁର ଗ୍ରାମର କଳ୍ପଧର ସାହୁ । ଅଜଣା ଗାଡ଼ି ଧକ୍କା ଦେଇ ଫେରାର ହୋଇଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନଯୋଗ୍ୟ ଯେ, ବାଲିପୁର ଗ୍ରାମର କଳ୍ପଦ୍ଧର ସାହୁ ନାମକ ଜଣେ ଯୁବକ କିଛି ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଘରୁ ବାହାରି ବିରନସିଂହପୁର ଯାଉଥିଲେ । ସେହି ସମୟରେ ନୂଆପଡ଼ା ଛକଠାରେ କୌଣସି ଏକ ଅଜଣା ଗାଡ଼ି କଳ୍ପଧରଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ମାରିଥିଲା । ରାସ୍ତାରେ ଯାଉଥିବା କିଛି ଲୋକ ଦେଖି ଗାଁ ଲୋକେଙ୍କୁ ଖବର ଦେଇଥିଲେ । ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ କଳ୍ପଧରଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ସେପଟେ ଘଟଣାସ୍ଥଳରେ ବୌଦ୍ଧ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।