ଯୁବକଙ୍କୁ ଧକ୍କା ଦେଲା ବାଇକ୍, ରାସ୍ତାରେ ୩୦ଫୁଟ ଘୋଷାଡି ହୋଇଗଲେ : ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

Published By : Prameya-News7 Bureau | February 06, 2021 IST

ବାଲିପାଟଣା ୬।୨: ବାଲିପାଟଣା ଥାନା ଆଇତଳଙ୍ଗ ଗ୍ରାମ ନାରାୟଣୀ ଛକ ନିକଟରେ ଏକ ଦୁର୍ଘଟଣା ଘଟିଯାଇଛି । ଦୁର୍ଘଟଣାରେ ଆଇତଳଙ୍କ ଗ୍ରାମର ଲକ୍ଷ୍ମୀଧର ବେହେରାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା ।

ସୂଚନାଯୋଗ୍ୟ ଯେ, ଆଇତଳଙ୍ଗ ଗ୍ରାମର ଲକ୍ଷ୍ମୀଧର ବେହେରା ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୧୧ଟା ୩୦ମିନିଟରେ ତାଙ୍କ ଡାଏରୀ ଫାର୍ମକୁ ଚାଲି ଚାଲି ଯାଉଥିଲେ । ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍ ଲକ୍ଷ୍ମୀଧରଙ୍କୁ ପଛ ପଟୁ ଧକ୍କା ଦେଇଥିଲା । ଲକ୍ଷ୍ମୀଧର ପ୍ରାୟ ୩୦ ଫୁଟ ରାସ୍ତାରେ ଘୋଷାଡି ହୋଇ ଏକ ଦୋକାନ କବାଟରେ ପିଟି ହୋଇଯାଇଥିଲେ । ଦୁର୍ଘଟଣାରେ ଲକ୍ଷ୍ମୀଧରଙ୍କର ମୁଣ୍ଡରେ ଗଭୀର ଆଘାତ ହୋଇ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଏହାସହ ଲକ୍ଷ୍ମୀଧରଙ୍କର ଦୁଇ ଗୋଡ ମଧ୍ୟ ଭାଙ୍ଗି ଯାଇଛି । ସଙ୍ଗେ ସଙ୍ଗେ ଗ୍ରାମବାସୀଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଲକ୍ଷ୍ମୀଧରଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।  ଖବର ପାଇ ବାଲିପାଟଣା ୨୬ ନମ୍ବର ପିସିଆର ପହଞ୍ଚି ଘଟଣାସ୍ଥଳରୁ ଦୁର୍ଘଟଣା ଘଟାଇଥିବା ବାଇକକୁ ଜବତ କରିଛି । ଲକ୍ଷ୍ମୀଧରଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ଵର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଲକ୍ଷ୍ମୀଧରଙ୍କର ମୃତ୍ୟୁ ହୋଇଛି । ଲକ୍ଷ୍ମୀଧର ଜଣେ ମେଳାପି ଯୁବକ ହୋଇଥିବାରୁ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.