ସୁବର୍ଣ୍ଣପୁର ୧୭।୮: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ପୁଲେଶ୍ବର ଗାଁରେ ଅଘଟଣ । ଘରେ କାମ କରିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ନୀଳକଣ୍ଠ ଖୁରା । ବିଦ୍ୟୁତ ଆଘାତ ଲାଗିବା ପରେ ପରିବାରଲୋକ ଯୁବକଙ୍କୁ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଖବର ପାଇ ବୀରମହାରାଜପୁର ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ଯାଞ୍ଚ କରୁଛି ।
ପିସିସି ସଭାପତି ଚୟନରେ ଡେରି ହୋଇଛି, ଖୁବ୍ ଶୀଘ୍ର ହେ...