ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଘର ସଫା କରୁଥିବା ବେଳେ ବିଦ୍ୟୁତ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ

4/06/2022 at 2:38 PM

ବୌଦ୍ଧ ୪।୬: ଘର ସଫା କରୁଥିବା ବେଳେ ବିଦ୍ୟୁତ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ । ମୃତକ ହେଲେ ତିଲେଶ୍ବର ପଞ୍ଚାୟତ ଖଜୁରିଆ ଗ୍ରାମର ଲାଣ୍ଡୁ ନାଏକ ।

ସୂଚନାଯୋଗ୍ୟ ଯେ, ବୌଦ୍ଧ ଥାନା ତିଲେଶ୍ବର ପଂଚାୟତ ଅନ୍ତର୍ଗତ ଖଜୁରିଆ ଗ୍ରାମର ଲାଣ୍ଡୁ ନାଏକ ଗତ ୭ ଦିନ ହେବ ବନ୍ଧପଥର ସ୍ଥିତ ନିଜ ଭିଣୋଇ ଘରେ ରହୁଥିଲେ । ଶନିବାର ସକାଳୁ ଭିଣୋଇ ସଙ୍ଗେ ମିଶି ଘର ସଫା କରୁଥିଲେ । ଲାଣ୍ଡୁ ଧାନ ବସ୍ତା ବାହାରକୁ ବାହାର କରୁଥିବା ବେଳେ ସେଠାରେ ଲାଗିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ଚାହୁଁ ଚାହୁଁ ଚେତା ଶୂନ୍ୟ ହୋଇପଡିଥିଲେ ।  ପାଖ ପଡୋଶୀ ଲୋକେ ଆସି ବିଦ୍ୟୁତ କାଟି ତାଙ୍କୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମେଡିକାଲରେ ବୌଦ୍ଧ ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରୁଛି ।

   Related Posts