ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ଯୁବକ ନିଖୋଜ, କୁମ୍ଭୀର ଟାଣିନେଇଥିବା ସନ୍ଦେହ

Published By : Prameya-News7 Bureau | November 18, 2023 IST

କେନ୍ଦ୍ରାପଡା ୧୮।୧୧: ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଣ୍ଡରା ଗାଁର ବିକ୍ରାନ୍ତ ମଲ୍ଲିକ ନିଖୋଜ ହୋଇ ଯାଇଛନ୍ତି ।

ସୂଚନାଯୋଗ୍ୟ ଯେ, ଶନିବାର ଭୋରରୁ ବିକ୍ରାନ୍ତ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ l କିନ୍ତୁ ସକାଳ ୯ଟା ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକ ନଦୀ କୂଳରେ ପହଞ୍ଚି ଖୋଜାଖୋଜି କରିଥିଲେ l ତେବେ ନଦୀ କୂଳରେ ବିକ୍ରାନ୍ତଙ୍କ ବାଇକ୍, ଚପଲ, ସାର୍ଟ ପ୍ୟାଣ୍ଟ ଓ ଏକ ପାଣି ନୋଟା ରହିଥିବା ଦେଖିବାକୁ ପାଇଥିଲେ l କିନ୍ତୁ ବିକ୍ରାନ୍ତଙ୍କର କୌଣସି ଖୋଜଖବର ମିଳିନଥିଲା l ଘଟଣା ସମ୍ପର୍କରେ ଜାଣିବା ପରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ ନଦୀରେ ଖୋଜାଖୋଜି ଚଳାଇଛନ୍ତି l ବିକ୍ରାନ୍ତଙ୍କୁ କୁମ୍ଭୀର ଟାଣି ନେଇ ଯାଇଥିବା ସନ୍ଦେହ କରାଯାଉଛି l ଅନ୍ୟପକ୍ଷରେ ବିକ୍ରାନ୍ତ ଗ୍ରହ ଶାନ୍ତି ପୂଜା ପାଇଁ ଭୋରରୁ ନଦୀକୁ ଗାଧୋଇ ଆସିଥିବା ପରିବାର ପକ୍ଷରୁ କୁହାଯାଇଛି l

ସେ ଲୁଧିଆନାରେ ଏକ କମ୍ପାନୀରେ କାର୍ଯ୍ୟ କରନ୍ତି l ଗତ ୪ ଦିନ ତଳେ ସେ ଗାଁକୁ ଫେରିଥିଲେ l ଗାଁରେ ତାଙ୍କର ଏକମାତ୍ର ପୁଅ ଓ ସ୍ତ୍ରୀ ଅଛନ୍ତି l

You Can Read :

wp:embed {"url":"https://www.prameyanews7.com/sand-mafia-attacked-by-forest-officials-in-dhenkanal/","type":"wp-embed","providerNameSlug":"prameya-news-7"}
https://www.prameyanews7.com/sand-mafia-attacked-by-forest-officials-in-dhenkanal/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.