ଟାଙ୍ଗୀ ୮।୯: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ବେଲପଡା ଗ୍ରାମର ଅକ୍ଷୟ ସ୍ୱାଇଁଙ୍କର ୩୫ ବର୍ଷର ପୁଅ ରଞ୍ଜନ ସ୍ୱାଇଁ । ଆଜକୁ ଠିକ୍ ୩ ବର୍ଷ ପୂର୍ବେ ରଞ୍ଜନ ବିଦେଶ ଯାଇଥିଲେ । ଅଧିକ ଦୁଇ ପଇସା ରୋଜଗାର କରିବା ଲକ୍ଷ୍ୟରେ ଦୁବାଇ ସ୍ଥିତ ଆବୁଧାବି ସହରରେ ଶ୍ରମିକ ଭାବେ କାର୍ଯ୍ୟ କରିଥିଲେ ରଞ୍ଜନ । ସେଠାରୁ ସେ ନିଜ ଭିଟାମାଟିକୁ ଫେରୁଥିଲେ । ନିଜ ପରିବାର ଲୋକଙ୍କୁ ଫୋନ୍ ଯୋଗେ ରଞ୍ଜନ ଜଣାଇଥିଲେ ।
୨୦୨୩ ମସିହା ଅଗଷ୍ଟ ମାସ ୧୮ ତାରିଖରେ ରଞ୍ଜନ ବିମାନ ଯୋଗେ ଦୁବାଇରୁ ଭାରତ ଆସୁଥିଲେ । ତାଙ୍କ ସହ ସେହି କମ୍ପାନୀରେ କାର୍ଯ୍ୟ କରୁଥିବା ଆଉ ଜଣେ ବ୍ୟକ୍ତି ମଧ୍ୟ ଭାରତ ଫେରୁଥିଲେ ଏକଥା ପରିବାର ଲୋକଙ୍କୁ ଫୋନ୍ ଯୋଗେ କହିଥିଲେ । ଏହା ଥିଲା ରଞ୍ଜନଙ୍କ ଶେଷ କଥାବାର୍ତ୍ତା । ଆଉ ତା'ପରେ ରଞ୍ଜନଙ୍କ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା । ସେହିଦିନ ଠାରୁ ରଞ୍ଜନଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଆଉ ରଞ୍ଜନ ମଧ୍ୟ ନିଖୋଜ ହୋଇଯାଇଛନ୍ତି ।
wp:html /wp:htmlବିଦେଶରୁ ଗାଁକୁ ଫେରୁଥିବା ଓଡ଼ିଆ ଶ୍ରମିକ ରଞ୍ଜନ ଦିଲ୍ଲୀ ସହରରୁ ନିଖୋଜ ହୋଇଗଲେ । ରଞ୍ଜନ ସହିତ ବିଦେଶରୁ ଆସିଥିବା ଅନ୍ୟ ଜଣଙ୍କ କହିବା ଅନୁସାରେ ରଞ୍ଜନ ଦିଲ୍ଲୀରେ ପହଞ୍ଚିବା ପରେ କୁଆଡେ ଗଲେ ତାହା ଜଣାନାହିଁ । ହଜିଲା ପୁଅକୁ ଖୋଜି ଖୋଜି ମା’ ଆଖିରୁ ଲୁହ ଶୁଖୁନି ।
ବାପା-ମା'ଙ୍କର ଏକମାତ୍ର ପୁଅ ରଞ୍ଜନ । ନିଖୋଜ ପୁଅ ରଞ୍ଜନଙ୍କ ଫେରିବା ବାଟକୁ ଚାହିଁ ଚାହିଁ ନୟାନ୍ତ ହେଲେଣି ମା' । ଏ ବାବୁ ମୋ ପୁଅକୁ ଟିକିଏ ଖୋଜି ଆଣିଦିଅ ବୋଲି କହି ହାତ ପତେଇ ମା' କାନ୍ଦୁଛି । ଏ ନେଇ ଶ୍ରମ ବିଭାଗରେ ଅଭିଯୋଗ କରାଯାଇଛି । ପୋଲିସ ନିକଟରେ ମଧ୍ୟ ଅଭିଯୋଗ କରାଯାଇଛି ।
You Can Read :
wp:embed {"url":"https://www.prameyanews7.com/one-lost-life-in-badbil-of-keunjhar-district/","type":"wp-embed","providerNameSlug":"prameya-news-7"} /wp:embed