ମହାନଦୀରେ ଭାସି ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | August 24, 2022 IST

କଟକ ୨୪।୮: କଟକ ଜଗତପୁର ମୁଣ୍ଡାସାହି ନିକଟରେ ମହାନଦୀରେ ଅଘଟଣ । ମହାନଦୀରେ ଭାସିଯାଇ ଜଣେ ଯୁବକ ନିଖୋଜ ହୋଇଛନ୍ତି । ତେବେ ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରିବାକୁ ଅଗ୍ନିଶମ ବାହିନୀ ନିୟୋଜିତ ଅଛନ୍ତି । ମହାନଦୀରେ ଭାସି ଯାଇଥିବା ଯୁବକ ଜଣଙ୍କ ହେଉଛନ୍ତି ମହାନଦୀ ବିହାରର ଶିବ ପ୍ରକାଶ ସାହୁ ।

ସୂଚନାଯୋଗ୍ୟ ଯେ, ଜଗତପୁର ମୁଣ୍ଡାସାହି ନିକଟରେ ମହାନଦୀରେ ଭାସି ଯୁବକ ଜଣଙ୍କ ନିଖୋଜ ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମବାହିନୀ ପହଞ୍ଚି ଯୁବକଙ୍କୁ ଖୋଜାଖୋଜି କରୁଛନ୍ତି । ଯୁବକ ଜଣଙ୍କ ମୁଣ୍ଡାସାହି ନିକଟରେ ଗାଡି ରଖି ଆତ୍ମହତ୍ୟା ଉଦ୍ୟମ କରିଥିବା ପୋଲିସ ସୂଚନା ଦେଇଛି । ତେବେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମର କାରଣ ଜଣାପଡିନଥିବା ବେଳେ ପୋଲିସ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.