ଖରସ୍ରୋତା ନଦୀରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | July 14, 2022 IST

ଯାଜପୁର ୧୪।୭: ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଭାସିଗଲେ ଯୁବକ। ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ସୟଦପୁର ମୀରସାହି ନିକଟରେ ଥିବା ମାହାକାଳ ଗଣ୍ଡରେ ଘଟିଛି ଏଭଳି ଅଘଟଣ। ଗାଧୋଇବାକୁ ଯାଇଥିବା ବେଳେ ଯୁବକ ଜଣଙ୍କ ନିଖୋଜ ହୋଇଥିବା ଜଣାପଡିଛି । ଯୁବକ ଜଣଙ୍କ ରଘୁନାଥପୁର ପଞ୍ଚାୟତର ବିଶ୍ବଜିତ୍ ଦାସ ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିହୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.