କେନାଲରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | October 17, 2019 IST

ସାଲେପୁର ୧୭।୧୦: ସାଲେପୁର ଡିଗି ସାହି ନିକଟରେ ଥିବା କେନାଲରେ ଗାଧୋଇବା ବେଳେ ଭାସିଗଲେ ଯୁବକ । ମାମୁଁ ଘରରୁ ଯାଇଥିବା ବେଳେ କେନାଲରେ ଗାଧୋଇବାକୁ ଯାଇଥିଲେ ଯୁବକ । ତେବେ ଅସାବଧାନତା ବଶତଃ ଯୁବକଙ୍କ ଗୋଡ ଖସିଯିବାରୁ ସେ କେନାଲରେ ଭାସିଯାଇଛନ୍ତି ।

{"id":170885}

ନିଖୋଜ ଯୁବକ ଜଣଙ୍କ ହେଉଛନ୍ତି କଟକ କାଜିବଜାରର ଚନ୍ଦନ ଜୟପୁରିଆ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଘଟଣାସ୍ଥଳରେ ପୋଲିସ ମଧ୍ୟ ପହଞ୍ଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.