ମହାନଦୀକୁ ଡେଇଁଲେ ଯୁବକ, ଗତକାଲିଠାରୁ ମିଳୁନି ପତ୍ତା : ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | July 04, 2020 IST

ବାଙ୍କୀ ୪।୭: ମହାନଦୀକୁ ଡେଇଁ ଯୁବକ ନିଖୋଜ । ଗତକାଲିଠାରୁ ମିଳୁନି ଯୁବକଙ୍କ ପତ୍ତା । ଏଭଳି ଘଟଣା ଘଟିଛି ବାଙ୍କୀ ଜାତମୁଣ୍ଡିଆରେ । ଦମକଳବାହିନୀ ପକ୍ଷରୁ ମହାନଦୀରେ ଖୋଜାଖୋଜି ଜାରି ରହିଛି । ଏପର୍ଯ୍ୟନ୍ତ ଯୁବକଙ୍କ ସନ୍ଧାନ ମିଳିପାରିନାହିଁ ।

{"id":295604,"sizeSlug":"large"}

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ବାଙ୍କୀ ଜାତମୁଣ୍ଡିଆ ସୁବର୍ଣ୍ଣପୁର ସ୍ଥିତ ପୋଲ ଉପରୁ ମହାନଦୀକୁ ଡେଇଁ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଶୁକ୍ରବାର ବିଳମ୍ବିତ ରାତିରେ ବିବାହ ସଜ ଦେଇ ନିଜ ଘର ସୁଣ୍ଠିପାଳ ଗ୍ରାମକୁ ଫେରୁଥିବା ବେଳେ ଗ୍ରାମକୁ ନଯାଇ ମହନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।

{"id":295605,"sizeSlug":"large"}

ଘଟଣା ନେଇ ନିକଟସ୍ଥ ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ଖବର ପାଇ ଦମକଳ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

{"id":295606,"sizeSlug":"large"}

ଯୁବକ ନାମ ବନମାଳୀ ରାଉତ । ତାଙ୍କ ବୟସ ୨୪ ବର୍ଷ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି । ତେବେ ସେ କାହିଁକି ମହାନଦୀକୁ ଡେଇଁଲେ ତାହା ସ୍ପଷ୍ଟ ଜଣାପଡିନାହିଁ । ପୋଲ ଉପରୁ ତାଙ୍କର ବାଇକ୍ ଓ ଚପଲ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.