ଜଳ ପ୍ରପାତରେ ଗାଧୋଇବା ବେଳେ ଅଘଟଣ, ବୁଡିଯାଇ ଯୁବକ ନିଖୋଜ

Published By : Prameya-News7 Bureau | June 07, 2024 IST

ମୁନିଗୁଡା ୭।୬: ଜଳ ପ୍ରପାତରେ ଗାଧୋଇବା ବେଳେ ଅଘଟଣ । ପାଣିରେ ବୁଡି ଜଣେ ଯୁବକ ନିଖୋଜ ହୋଇଛନ୍ତି । ରାୟଗଡା ଜିଲ୍ଲା ବିଷମ କଟକ ଥାନା ଅନ୍ତର୍ଗତ ଚାଟିକଣା ନିକଟ ନିୟମଗିରି ପାହାଡ ଉପରେ ଥିବା ଜଳ ପ୍ରପାତରେ ଗାଧାଉଥିବା ବେଳେ ଗୋଡ଼ ଖସିଯିବାରୁ ଏହି ଅଘଟଣ ଘଟିଛି । 

ନିଖୋଜ ଯୁବକ ଜଣକ ଗୁଣୁପୁର ଅଞ୍ଚଳର ପୋଲିସ କନେଷ୍ଟବଳ ସଂଶୟ ମିଶ୍ରଙ୍କ ସାନ ପୁଅ ସରୋଜ କୁମାର ମିଶ୍ର ବୋଲି ଜଣାପଡିଛି । ଘଟଣାସ୍ଥଳରେ ବିଷମ କଟକ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ସରୋଜ ଶୁକ୍ରବାର ସାଙ୍ଗ ମାନଙ୍କ ସହ ମିଶି ନିଜ ମାମୁଁ ଘରକୁ ଆସି ନିୟମଗିରିର ଜଳ ପ୍ରପାତକୁ ବୁଲିବାକୁ ଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

You Can Read :

ଲୋକଙ୍କ ସହ ସବୁବେଳେ ରହିବାକୁ ପରାମର୍ଶ ଦେଲେ ଦଳ ମୁଖିଆ : ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.