ଜଳପ୍ରପାତରେ ବୁଡି ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | October 19, 2020 IST

ନୂଆପଡା ୧୯।୧୦: ଜଳପ୍ରପାତରେ ବୁଡି ଯୁବକ ନିଖୋଜ । ଗୋଧସ ଜଳପ୍ରପାତକୁ ବୁଲି ଆସିଥିବା ବେଳେ ଘଟିଛି ଅଘଟଣ ।

ସୂଚନାଯୋଗ୍ୟ ଯେ, ରବିବାର ଧରମବନ୍ଧା ଥାନା ସୁନାବେଡା ଅଭୟାରଣ୍ୟ ସ୍ଥିତ ଗୋଧସ ଜଳପ୍ରପାତକୁ ବୁଲି ଆସିଥିବା ବେଳେ ଘଟିଛି ଅଘଟଣ । ନିଖୋଜ ଯୁବକ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଥାନା ସାଗନାମୁଣ୍ଡା ଗାଁର ମହେଶ ନାଗ । ଖବର ପାଇ ନୂଆପଡା ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଏନେଇ ଧରମବନ୍ଧା ଥାନା ଅଧିକାରୀ ଦିଲ୍ଲୀପ ଲାକ୍ରା ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.