ହୋଲି ଖେଳିବା ପଡିଲା ମହଙ୍ଗା : ଗାଧାଉଥିବା ବେଳେ ପାଣିରେ ବୁଡିଗଲେ ଯୁବକ
8/03/2023 at 3:23 PM

ନିଶ୍ଚିନ୍ତକୋଇଲି ୮।୩: ହୋଲି ଖେଳିବା ପଡିଲା ମହଙ୍ଗା । ନଦୀରେ ଗାଧାଉଥିବା ବେଳେ ପାଣିରେ ବୁଡି ଯୁବକ ନିଖୋଜ ହୋଇଛନ୍ତି । ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି ।

ସୂଚନାଯୋଗ୍ୟ ଯେ, ହୋଲି ଖେଳି ଲୁଣା ନଦୀ ନାଗାମଠ ନିକଟରେ ଗାଧାଉଥିଲେ ଯୁବକ । ସେହି ସମୟରେ ଅସାବଧାନତା ବଶତଃ ଯୁବକ ଜଣକ ପାଣିରେ ବୁଡି ନିଖୋଜ ହୋଇଛନ୍ତି । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି । ନିଖୋଜ ହୋଇଥିବା ଯୁବକ ଜଣକ ହେଲେ ବୁହାଳ ଗାଁର ରାଜ କୁମାର ସେନାପତି ।
Related Posts
ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ, ଘୋଷଣା କଲେ ରାଜ୍ୟ ସରକାର
1 April 2023