ଗୋବରୀ ନଦୀରେ କାଉଡିଆ ନିଖୋଜ, ଗାଧୋଇବା ବେଳେ ବୁଡି ଯାଇଥିଲେ

Published By : Prameya-News7 Bureau | August 08, 2022 IST

ମାହାଙ୍ଗା ୮।୮: ଗୋବରୀ ନଦୀରେ ଭାସିଗଲେ କାଉଡିଆ । ଜଳାଭିଷେକ ପାଇଁ ଆସିଥିବା ବେଳେ ଜଣେ କାଉଡିଆ ଭାସିଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ସୂଚନାଯୋଗ୍ୟ ଯେ, ଉଷୁମା ଗୋକର୍ଣ୍ଣେଶ୍ବର ମହାଦେବଙ୍କ ଠାରେ ଜଳାଭିଷେକ କରିବା ପାଇଁ ଆସିଥିବା ବେଳେ ଜଣେ କାଉଡିଆ ଭାସିଯାଇଛନ୍ତି । କାଉଡ଼ିଆ ଜଣଙ୍କ ଗୋବରୀ ନଦୀରେ ଗାଧୋଇବା ସମୟରେ ଅସାବଧାନତା ବଶତଃ ବୁଡ଼ି ଯାଇଥିଲେ । ନିଖୋଜ ଯୁବକ ଜଣଙ୍କ ହେଉଛନ୍ତି ଉଷୁମା ପଞ୍ଚାୟତ ଅଞ୍ଚଳର ଗଜେନ୍ଦ୍ର ବାରିକଙ୍କ ୨୦ବର୍ଷର ପୁଅ ସରୋଜ ବାରିକ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି । ନଦୀର ସ୍ରୋତ ପ୍ରଖର ଥିବାରୁ ନଦୀର ତଳ ଅଞ୍ଚଳକୁ ଚାଲିଯାଇଥିବା ସନ୍ଦେହ କରାଯାଉଛି।

ତେବେ ପ୍ରାୟ ୨ ଘଣ୍ଟା ଖୋଜିବା ପରେ ବ୍ରିଜ୍ ତଳୁ ମୃତଦେହ ଉଦ୍ଧାର ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.